ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ବି. ବି. ହାଇସ୍କୁଲ୍, ଢେଙ୍କାନାଳର ଜିଲ୍ଲା ସ୍ତରରେ ମଞ୍ଚସ୍ଥ ଦୁଇଟି ନାଟକ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ

ଢେଙ୍କାନାଳ(ମ ସୀ ହା )୦୪/୦୯_ନିକଟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେଙ୍କାନାଳ ଆନୁକୁଲ୍ୟରେ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ,ଢେଙ୍କାନାଳ ଜିଲ୍ଲା ସ୍କୁଲ ସ୍ତରୀୟ (ସ୍କିଟ୍ )ବ୍ୟଙ୍ଗ ନାଟକ ପ୍ରତିଯୋଗିତା -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ – ଛାତ୍ରମାନଙ୍କ ଦ୍ଵାରା ସଫଳ ପ୍ରଦର୍ଶିତ, ଲିଗାଲ ଲିଟେରାସି କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଅନୁପମା ମିଶ୍ରଙ୍କ ନେତୃତ୍ୱ,ମାର୍ଗଦର୍ଶନ ଓ ସଫଳ ନିର୍ଦ୍ଦେଶନାରେ , ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ରାଜ୍ୟ କଳା ଓ ସଂସ୍କୃତି ସଂଘ ଓ ଢେଙ୍କାନାଳ ଜିଲ୍ଲାର ଉପସଭାପତି ନାଟ୍ୟକାର ଅବନୀ ମିଶ୍ରଙ୍କ ଲିଖିତ ଶିଶୁଶ୍ରମିକ ପ୍ରଥା ଉପରେ ଆଧାରିତ ବ୍ୟଙ୍ଗନାଟକ “ବାଳକେ ମୋର ବୋଲକର” ବିଚାରକ ମଣ୍ଡଳୀର ଅନ୍ୟତମ ସଦସ୍ୟ ମାନଙ୍କ ମୂଲ୍ୟାୟନ ଅନୁସାରେ ଦ୍ଵିତୀୟ ସ୍ଥାନ ହାସଲ କରି ପାରିଛି ଓ ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି।ଏଥିରେ ବିଭିନ୍ନ ଭୂମିକାରେ ସୋମେଶ କୁମାର ନାୟକ, ଅମିତ୍ କୁମାର ବାରିକ, ଶ୍ରୀମାନ ସାଇ ପ୍ରସନ୍ନ ବେହେରା, ସ୍ମାଇଲଶ୍ରୀ ପଟ୍ଟନାୟକ, ସାଇ ସରସ୍ଵତୀ ସାମଲ, ସେଲିନା ମାଝୀ ଓ ଦେବସ୍ମିତା ନାୟକ ପ୍ରମୁଖ ସଫଳ ଅଭିନୟ ପ୍ରଦର୍ଶନ କରି ଥିଲେ। ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ଦେବୀକ୍ରିଷ୍ଣା ମଧ୍ୟ ବକ୍ତୃତା ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ହାସଲ କରି ମୁଖ୍ୟ ଅତିଥିଙ୍କ ହସ୍ତରୁ ପ୍ରଶଂସାପତ୍ର ଓ ମେମେଣ୍ଟୋ ଗ୍ରହଣ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।

ସେହିଭଳି ନିକଟରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସଭାଗୃହ ମଞ୍ଚରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରଦର୍ଶନ -୨୦୨୩ ରେ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ୦୮ ଜଣ ଛାତ୍ରୀ -ଛାତ୍ର ମାନଙ୍କ ଦ୍ଵାରା ସଫଳ ପ୍ରଦର୍ଶିତ,ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱ,ମାର୍ଗଦର୍ଶନ ଓ ସଫଳ ନିର୍ଦ୍ଦେଶନାରେ , ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଦସ୍ୟ ,ନାଟ୍ୟକାର ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକଙ୍କ ଲିଖିତ କୁସଂସ୍କାର ଓ ଅନ୍ଧବିଶ୍ୱାସ ଉପରେ ବିଜ୍ଞାନର ବିଜୟ ସମ୍ପର୍କରେ ଆଧାରିତ ବିଜ୍ଞାନ ନାଟକ “ଆସ ଆଲୋକକୁ ଯିବା ” ଦର୍ଶକ ମଣ୍ଡଳୀ ଦ୍ୱାରା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇପାରି ଥିଲା । ଏଥିରେ ବିଭିନ୍ନ ଭୂମିକାରେ ଶୁଭଶାନ୍ତ ମହାପାତ୍ର , ଶୁଭମ୍ ଲେଙ୍କା , ରିଧି ତ୍ରିପାଠୀ, ପାୟଲ ପ୍ରଧାନ, ସ୍ଵୟଂସିଦ୍ଧ ସାହୁ, ଆଲିଶା ଖୁଣ୍ଟିଆ, ସୌରଭ କୁମାର ସିଂହ, ପପୁନ କୁମାର ବାରିକ ପ୍ରମୁଖ ସଫଳ ଅଭିନୟ ପ୍ରଦର୍ଶନ କରିଥିଲେ।ବିଦ୍ୟାଳୟର ଛାତ୍ରୀ, ଛାତ୍ର ମାନଙ୍କର ଏହି ଉଚ୍ଚମାନର ନାଟକ ପ୍ରଦର୍ଶନ ପାଇଁ ସମସ୍ତ କଳାକାରମାନଙ୍କୁ ବିଦ୍ୟାଳୟ ପ୍ରାର୍ଥନା ସଭାରେ ପୁନର୍ବାର ଜିଲ୍ଲାସ୍ତରୀୟ ପ୍ରଶଂସାପତ୍ର ଓ ମେମେଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର, ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ ଓ ଅନ୍ୟାନ୍ୟ ସଭ୍ୟାସଭ୍ୟ ବୃନ୍ଦ, ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତି ଅବସର ପ୍ରାପ୍ତ ଇଂରାଜୀ ରିଡର୍ ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରାକ୍ତନ ଛାତ୍ର ସଂଘର ସଭାପତି ରଘୁନାଥ ପ୍ରସାଦ ମିଶ୍ର , ଅଭିଭାବକା ଅଭିଭାବକ ବୃନ୍ଦ ଏହି ସଫଳତା ପାଇଁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭକାମନା ଜଣାଇଛନ୍ତି।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କଳାହାଣ୍ଡି: ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

masiha

ରାଉରକେଲା ଜିଲ୍ଲା ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ପଦଯାତ୍ରା ଏବଂ ଅଟୋ ରାଲ୍ଲି

Sunil Chandra Nayak

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!