ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଓ କୋକସରା ହାଇସ୍କୁଲରେ ଗୁରୁ ଦିବସ ପାଳନ

ଆମପାଣି ଓ କୋକସରା ହାଇସ୍କୁଲରେ ଗୁରୁ ଦିବସ ପାଳନ

କୋକସରା,୫/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ମଙ୍ଗଳବାର ଗୁରୁ ଦିବସ ପାଳନ କରାଯାଇଛି। ବୁଢ଼ାରଜା ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନେ ଗୁରୁ ବନ୍ଦନା ଗାନ କରିଥିଲେ। ଡ.ସର୍ଵପଲ୍ଲି ରାଧାକୃଷ୍ଣନଙ୍କ ଜୀବନକୁ ଆଦର୍ଶ ଭାବେ ଗ୍ରହଣ କରି ଜୀବନର ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ସୁଶ୍ରୀ ମନ୍ଦାକିନି ନାଏକ, ଶିକ୍ଷକ ବିଶ୍ୱମ୍ବର ଧ. ମାଝୀ, ପ୍ରଶାନ୍ତ କୁମାର ପଣ୍ଡା, ସୁରଜ ତାଣ୍ଡି, ଲିଜୟାନନ୍ଦ ସାହୁ, ଦୟା ସିଂ ନାଏକ, ସରୋଜ କୁମାର ପଡ଼ିହାରି ଉପସ୍ଥିତ ରହିଥିବା ବେଳେ ସ୍କୁଲ କ୍ୟାବିନେଟ ମୁଖ୍ୟମନ୍ତ୍ରୀ ସୁଶ୍ରୀ ସଂଗୀତା ସୁନାନୀ ମଞ୍ଚ ପରିଚାଲନା କରିଥିଲେ । ଖେଳ ଶିକ୍ଷକ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କୋକସରା ଜବାହାର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳନ ଅବସରରେ ଡ.ସର୍ଵପଲ୍ଲି ରାଧାକୃଷ୍ଣନଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ ଜୀବନ ଗଠନ କରିବାକୁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ  

Sunil Chandra Nayak

ଏମକେସିଜି ମେଡ଼ିକାଲରେ ଅବ୍ୟବସ୍ଥା: ରେଡ଼ିଓଲୋଜି ବିଭାଗରେ ରୋଗୀ ହେଉଛନ୍ତି ଅସ୍ତବ୍ୟସ୍ତ ,ଅଧୀକ୍ଷକଙ୍କ ନିୟନ୍ତ୍ରଣ ବାହାରେ କର୍ମଚାରୀ 

Sunil Chandra Nayak

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

Leave a Comment

error: Content is protected !!