ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଜନଜାତି ସୁରକ୍ଷା ମଞ୍ଚର ଖବରଦାତା ସମ୍ମିଳନୀ

ଜିଲା ଜନଜାତି ସୁରକ୍ଷା ମଞ୍ଚର ଖବରଦାତା ସମ୍ମିଳନୀ 

ଡାବୁଗାଁ, ୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚର ଏକ ଖବରଦାତା ସମ୍ମିଳନୀ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ର ସଭାପତି ଗୋପୀନାଥ ମାଝି କହିଥିଲେ ଯେ ନବରଙ୍ଗପୁର ଜିଲା ଅନୁନ୍ନତ ଓ ଆଦିବାସୀ ବହୁଳ ତଥା ଶିକ୍ଷା କ୍ଷେତ୍ରରେ ପଛୁଆ ହୋଇଥିବାରୁ ଷ୍ଟେଟ-କ୍ୟାଡର ପରିବର୍ତ୍ତେ ଜିଲା ଭିତ୍ତିକ ନିଯୁକ୍ତି ଦେଲେ ଜିଲାର ଅନେକ ଶିକ୍ଷିତ ଯୁବତୀ ଯୁବକ ଚାକିରୀ ପାଇଥାନ୍ତେ | ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଜମିଜମାକୁ ହାତେଇ ଅନ୍ୟ ସମ୍ପ୍ରଦାୟର ଅନେକ ବ୍ୟକ୍ତି ବିଶେଷ ସରକାରୀ ଚାକିରୀ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗର ଲାଭ ଉଠାଉଛନ୍ତି | ସେହି ନକଲି ଆଦିବାସୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟ|ନୁଷ୍ଠାନ ଗ୍ରହଣ କରାଯାଉ | ମାଳୀ ଓ ରଣା ସମ୍ପ୍ରଦାୟକୁ ଜନଜାତି ମାନ୍ୟତା ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କୁ ସୁପାରିସ କରିଥିବା ଖବର ପ୍ରସାର ପରେ ସରକାର ଙ୍କ ଏଭଳି ନିସ୍ପତି କୁ ନବରଙ୍ଗପୁର ଜିଲା ଜନଜାତି ସୁରକ୍ଷା ମଞ୍ଚ ଏହାକୁ ବିରୋଦ୍ଧ କରୁଛି | ଜନଜାତି ଙ୍କର ଚାଲି ଚଳନ, ବିଭିନ୍ନ ସଂସ୍କୃତିକ ବିବିଧତା, ଭୌଗୋଳିକ ବିଚ୍ଛିନ୍ନତା, ଅତି ଅନୁନ୍ନତ ଓ ଅନ୍ୟ ସମ୍ପ୍ରଦାୟ ସହିତ ମିଶିବା ପାଇଁ ଲାଜ କୂଳିଆ ମନୋଭାବ, ପୂଜା ପଦ୍ଧତି ବିଧି, ପାରମ୍ପରିକ ପର୍ବ ପର୍ବାଣି ପାଳନ, ପ୍ରକୃତି ପ୍ରେମୀ, ବଣ ପାହାଡରେ ବସବାସ କରିବା ସର୍ବଦା ଇଚ୍ଛୁକ, ବିଭିନ୍ନ ବୈବାହିକ ପରମ୍ପରା ତାଙ୍କର ମୌଳିକ ବୃତ୍ତି, ସେମାନଙ୍କ ସରଳତା, ନିରୀହ ନିଷ୍କପଟ ଓ ସ୍ପଟବାଦୀ, ଏବଂ ମାଳୀ ଓ ରଣା ସଂମ୍ପ୍ରଦାୟର ବ୍ୟକ୍ତି ବିଶେଷ ଏସବୁ ମାନଦଣ୍ଡ କୌଣସି ଦୃଷ୍ଟିରୁ ପରିପୂରଣ କରୁନାହାଁନ୍ତି | ମାଳୀ ଓ ରଣା ସଂମ୍ପ୍ରଦାୟର ଶିକ୍ଷା, ଦିକ୍ଷା, ଆର୍ଥିକ ଅବସ୍ଥା ଓ ସାମାଜିକ ଜୀବନ ଯାପନ ର ମାନଦଣ୍ଡ ସାଧାରଣ ବର୍ଗ ଙ୍କ ସହିତ ସମାନ | ଏହି ୨ ସମ୍ପ୍ରଦାୟ ପଛୁଆ ଶ୍ରେଣୀ (ଓବିସି) ଅଟନ୍ତି | ବିକାଶ ପାଇଁ ପୂର୍ବରୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାଇ ସ୍ଵତନ୍ତ୍ର ପଛୁଆ ବର୍ଗ ତାଲିକା ଅନ୍ତର୍ଭୁକ୍ତ ହୋଇଛନ୍ତି | ଏମାନଙ୍କ ସ୍ଵତନ୍ତ୍ର ଭାବରେ ମାନ୍ୟତା ଥିବା ସତ୍ତ୍ୱେ ଉକ୍ତ ଜାତି ମାନଙ୍କୁ ପୁନର୍ବାର ସ୍ଵତନ୍ତ୍ର ଆଦିବାସୀ ମାନ୍ୟତା ପାଇଁ ଟିଏସସି ମାଧ୍ୟମରେ ସୁପାରିସ କରିବା ଏକ ପ୍ରହସନ ଅଟେ | ଆଗାମୀ ଦିନରେ ଜିଲା ତଥା ରାଜ୍ୟ ସାରା ଆନ୍ଦୋଳନ କରାଯିବା ସଙ୍ଗେସଙ୍ଗେ ନ୍ୟାୟ ପାଳିକା ମାଧ୍ୟମରେ ହସ୍ତକ୍ଷେପ କରିବାକୁ ବାଧ୍ୟ ବୋଲି ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛନ୍ତି | ଏହି ଖବରଦାତା ସମ୍ମିଳନୀରେ ଜିଲା ଜନଜାତି ସୁରକ୍ଷା ମଞ୍ଚର ଜିଲା ସଂଯୋଜକ ରାଜମନ ଭତ୍ରା, ଜିଲା ଜନଜାତି ସୁରକ୍ଷା ମଞ୍ଚର ଉପସଭାପତି ରତନ ମାଝି, ସମ୍ପାଦକ ଲକ୍ଷ୍ମଣ ମାଝି, ଉପଦେଷ୍ଟା ମଣିରାମ ଗଣ୍ଡ ଓ ଶଶୀଧର ମାଝି, ଡାବୁଗାଁ ବ୍ଲକ ଭତରା ସମାଜ ସଭାପତି ମୋହନ ନାୟକ, ମୋହନସିଂ ଗଣ୍ଡ, ଦୟାନିଧି ବଞ୍ଜରା, ହିରେଣ୍ୟ ମାଝି ଓ ଜିଲା ର ୧୩ ଟି ଜନଜାତି ସମ୍ପ୍ରଦାୟର ଜିଲା ସଭାପତି ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ରେ 77ତମ ସ୍ୱାଧୀନତା ଦିବସ ପାଳନ

masiha

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

masiha

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!