ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଳାର ୩୯ ଗୋଟି ସ୍ଥାନରେ ଡା.ସାମୁଏଲ ଫେଡ୍ ରିକ୍ ହାନିମ୍ୟାନଙ୍କ ୨୭୧ ତମ ଜନ୍ମଜୟନ୍ତୀ ତଥା ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ 

ଢେଙ୍କାନାଳ: ତା.୧୦.୦୪.୨୦୨୬ ରିଖ:(ମ ନି ସ    ): ଆଜି ବିଶ୍ୱ ହୋମିଓପାଥି ଦିବସ-୨୦୨୬ ପାଳନ ଅବସରରେ ଓଡ଼ିଶା ଆୟୁଷ୍ ନିର୍ଦ୍ଦେଶାଳୟ, ଭୁବନେଶ୍ୱରଙ୍କ ନିର୍ଦ୍ଦେଶନାମା ଅନୁସାରେ ଢ଼େଙ୍କାନାଳ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ,ମହିଷାପାଟ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା.ମାନସ ରଞ୍ଜନ ଦାସ, ସହଯୋଗୀ ଡା.ତ୍ରିପ୍ତିମୟୀ ସାହୁ,ହୋମିଓପାଥି ସହକାରୀ ସୁଶ୍ରୀ ମୌସୁମୀ ପଙ୍ଗାରୀ,ସୁବ୍ରତ ସାହୁ ଓ ବରିଷ୍ଠ ସ୍ୱେଚ୍ଛାସେବୀ ବାଇଓ କେମିକ୍ ହୋମିଓପାଥିକ୍ ମେଡ଼ିସିନର ରେଜିଷ୍ଟର୍ଡ ମେଡିକାଲ୍ ପ୍ରାକ୍ ଟିସନ୍ ଅର୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖଙ୍କ ମିଳିତ ପ୍ରଚେଷ୍ଟାରେ ଢେଙ୍କାନାଳ ଜିଲ୍ଲାର ୧୯ ଗୋଟି ଓ ଅନୁଗୋଳ ଜିଲ୍ଲାର ୧୯ ଗୋଟି ଏପରି ଦୁଇଟି ଜିଲ୍ଳାର ଅନେକଗୁଡ଼ିଏ ସବ୍ ଡିଭିଜନ ଅନ୍ତର୍ଗତ ବ୍ଲକ୍,ଗ୍ରାମ ପଞ୍ଚାୟତରେ ଥିବା ମୋଟ ୩୮ ଗୋଟି ଆଞ୍ଚଳିକ ସରକାରୀ ହୋମିଓପାଥି ଚିକିତ୍ସାଳୟରେ ପ୍ରାୟ ୩୮ ଜଣ ହୋମିଓପାଥି ଚିକିତ୍ସା ଅଧିକାରୀ,୦୨ ଜଣ ଲିଭ୍ ରିଜର୍ଭ ହୋମିଓପାଥି ଚିକିତ୍ସା ଅଧିକାରୀ,୩୯ ଜଣ ହୋମିଓପାଥି ସହକାରୀ,ପ୍ରାୟ ୧୫୦୦ ଜଣ ମହିଳା,ପୁରୁଷ ଓ ଶିଶୁମାନଙ୍କ ଗହଣରେ ହୋ ମିଓପାଥି ଚିକିତ୍ସା ବିଜ୍ଞାନର ଜନକ ଡା.ସାମୁଏଲ ଫେଡ୍ ରିକ୍ ହାନିମନଙ୍କ ୨୭୧ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବିଶ୍ୱ ହୋମିଓପାଥି ଦିବସ -୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ବରିଷ୍ଠ ସ୍ୱେଚ୍ଛାସେବୀ ବାଇଓ କେମିକ୍ ହୋମିଓପାଥିକ୍ ମେଡ଼ିସିନର ରେଜିଷ୍ଟର୍ଡ ମେଡିକାଲ୍ ପ୍ରାକ୍ ଟିସନ୍ ଅର୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଆଭାସୀ ମାଧ୍ଯମରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ,ଓଡ଼ିଶା ମୋହନ ଚରଣ ମାଝୀଙ୍କ ବାର୍ତ୍ତା ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟରେ ବିଶ୍ୱ ହୋମିଓପାଥି ଦିବସ-୨୦୨୬ ପାଳନର ଲକ୍ଷ୍ୟ,ଉଦ୍ଦେଶ୍ୟ,ଅଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରି ଏହି ଅବସରରେ ଚଳିତ ବର୍ଷର ଆଭିମୁଖ୍ୟ ସ୍ଥାୟୀ ସ୍ୱାସ୍ଥ୍ୟ ପାଇଁ ହୋମିଓପାଥି ଗୁରୁତ୍ବପୂର୍ଣ୍ଣ।ହୋମିଓପ୍ୟାଥିକ ଚିକିତ୍ସା ବିଜ୍ଞାନର ଜନକ ଡାକ୍ତର ସାମୁଏଲ୍ ହାନିମ୍ୟାନ୍ ଙ୍କ ଜୟନ୍ତୀ ଅବସରରେ ସମସ୍ତ ହୋମିଓପ୍ୟାଥି ଚିକିତ୍ସକ, ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି।ହୋମିଓପ୍ୟାଥି ଏକ ପ୍ରାକୃତିକ,ସରଳ, ସୁଲଭ ଏବଂ ପାର୍ଶ୍ବପ୍ରତିକ୍ରିୟାବିହୀନ ଚିକିତ୍ସା ପଦ୍ଧତି ଭାବେ ଆମ ରାଜ୍ୟରେ ବିଶେଷ ଆଦୃତ ହୋଇପାରିଛି।ଏହା କେବଳ ରୋଗର ଲକ୍ଷଣ ନୁହେଁ,ବରଂ ରୋଗର ମୂଳ କାରଣକୁ ଦୂର କରିବାରେ ସହାୟକ ହୋଇଥାଏ।ବିଶେଷ କରି ମାତୃ ଓ ଶିଶୁ ସ୍ବାସ୍ଥ୍ୟରକ୍ଷା ଏବଂ ଜଟିଳ ପୁରୁଣା ରୋଗର ନିରାକରଣ କ୍ଷେତ୍ରରେ ହୋମିଓପ୍ୟାଥିର ଅବଦାନ ଅତୁଳନୀୟ।ଆମ ଓଡ଼ିଶା ସରକାର ପ୍ରତିଟି ଜନସାଧାରଣଙ୍କ ପାଖରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପହ‌ଞ୍ଚାଇବା ପାଇଁ ବଦ୍ଧପରିକର।ହୋମିଓପ୍ୟାଥି ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ଏକ ସୁସ୍ଥ ଓ ନିରୋଗ ଓଡ଼ିଶା ଗଠନ ଦିଗରେ ଆମେ ନିରନ୍ତର ଉଦ୍ୟମ ଜାରି ରଖୁଛୁ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଢ଼େଙ୍କାନାଳ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ,ମହିଷାପାଟ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ ଡା.ମାନସ ରଞ୍ଜନ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ସଂସଦୀୟ ବ୍ୟାପାର,ବୈଦ୍ୟୁତିକ ଅଣୁ ବିଜ୍ଞାନ ତଥା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡ଼.ମୁକେଶ ମହାଳିଙ୍ଗଙ୍କ ବାର୍ତ୍ତା ପାଠ କରିବା ସଙ୍ଗେ ସଙ୍ଗେ ସ୍ୱୀୟ ବକ୍ତବ୍ୟରେ ହୋମିଓପ୍ୟାଥି ଆମକୁ ଏକ ଦୀର୍ଘସ୍ଥାୟୀ ଓ ପ୍ରାକୃତିକ ବାହ୍ୟ ରକ୍ଷା ଦିଗରେ ମାର୍ଗଦର୍ଶନ କରୁଛି।ହୋମିଓପ୍ୟାଥି ଚିକିତ୍ସାରେ ରୋଗୀର ଶାରୀରିକ ଓ ମାନସିକ ସ୍ଥିତିକୁ ବିଚାର କରି ଚିକିତ୍ସା କରାଯାଉଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।ସ୍ଵଳ୍ପ ଖର୍ଚ୍ଚରେ ଜଟିକ ରୋଗରୁ ମୁକ୍ତି ଦେବାରେ ଏହାର ଗୁରୁତ୍ଵପୂର୍ଣ ଭୂମିକା ରହିଛି।ଆମ ରାଜ୍ୟର କୋଣ ଅନୁକୋଣରେ ଥିବା ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟଗୁଡିକ ମାଧ୍ୟମରେ ସାଧାରଣ ଲୋକଙ୍କୁ ମାଗଣା ଓ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯାଉଛି।ଏହି ଅବସରରେ ହୋମିଓପ୍ୟାଥି ସେବାରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି।ସାମଗ୍ରିକ ସ୍ଵାସ୍ଥ୍ୟ ରକ୍ଷା କ୍ଷେତ୍ରରେ ହୋମିଓପ୍ୟାଥିର ଅବଦାନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ଆମେ ସମସ୍ତେ ସଙ୍କଳ୍ପବଦ୍ଧ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।

ଏହି ଅବସରରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ମହିଳା, ପୁରୁଷ ଓ ଶିଶୁମାନଙ୍କର ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଓ ମାଗଣା ଓଷଧ ବିତରଣ କରାଯାଇଥିଲା। ପରିଶେଷରେ କାର୍ଯ୍ୟାଳୟ ସହଯୋଗୀ ହୋମିଓ ପାଥି ଚିକିତ୍ସା ଅଧିକାରୀ ଡା.ତ୍ରିପ୍ତିମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

 

Related posts

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

masiha

ଏସଏଚଜି ମହିଳା ମାନଙ୍କୁ ତାଲିମ , ପ୍ରମାଣପତ୍ର ବଣ୍ଟନ ଓ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ସଭା

Sunil Chandra Nayak

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ଶିଶୁ ମୃତ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ: ଯାତାୟାତ ବାଧା ପ୍ରାପ୍ତ : ଡ୍ରାଇଭର ଅଟକ 

masiha

Leave a Comment

error: Content is protected !!