ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ଅକାଳ ବିୟୋଗ, ଶୋକାକୁଳ ଗାଁ ପରିବେଶ

ଚାଷୀଙ୍କ ଅକାଳ ବିୟୋଗ, ଶୋକାକୁଳ ଗାଁ ପରିବେଶ

କୋକସରା,୬/୯ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁର ଚାଷୀ ଯୁଗଳ କିଶୋର ପଟେଲ (୫୭)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଯାଇଛି। ସେ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ। ଜଣେ ଦକ୍ଷ ଚାଷି ଭାବେ ଅଂଚଳରେ ଜଣାଶୁଣା ଥିଲେ। ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିଲା । ବାଟରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ସମସ୍ତ ଗ୍ରାମବାସୀଙ୍କୁ ମର୍ମାହତ କରିଛି। ଗାଁ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ପୁଅ ପ୍ୟାରିଲାଲ ପଟେଲ ଓ ମୁକେଶ ପଟେଲ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରିଲାଇବ୍ଲେ ଇନ୍ଫ୍ରାଟେକ୍ ପକ୍ଷରୁ ଟାଟା ଷ୍ଟିଲ କମ୍ପାନୀରେ ସଡ଼କ ସୁରକ୍ଷା ପାଳିତ 

Sunil Chandra Nayak

ସେକ୍ଟର -୧, କମ୍ୟୁନିଟ ସେଣ୍ଟର୍ ଯୋଗ କେନ୍ଦ୍ରର ଅଷ୍ଠମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!