ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

ବନ୍ଧୁଗାଁ ବ୍ଲକରେ ବିଜେଡିରେ ମିଶିଲେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ ଜଣ ଓ ବିଜେପି ଦଳର ୧୪୩ ଜଣ କର୍ମୀ

ବନ୍ଧୁଗାଁ ତା ୬/୯/୨୩ // ଆଜି ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା ଙ୍କ ସଭାପତିତ୍ବରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ର ଆମ୍ଲିପୁଟ ଗ୍ରାମରେ ମହା ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି ।ବନ୍ଧୁଗାଁ ବ୍ଲକରେ ୫ ଟି ପଞ୍ଚାୟତରୁ କଂଗ୍ରେସ ଦଳର ୧୭୧ କର୍ମୀ ଓ ବିଜେପି ଦଳର ୧୪୩ କର୍ମୀ ଏବଂ ନାରାୟଣପାଟଣା ବ୍ଲକ ନଙ୍ଗଲବେଡା ପଞ୍ଚାୟତର ବିଜେପି ରୁ ୬ ଜଣ ଓ କଂଗ୍ରେସ ଦଳରୁ ୨ ଜଣ କର୍ମୀ ମାନେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଯୋଗୁଁ ଅଞ୍ଚଳର ଯେଉଁଠି ଦେଖିବ ବିକାଶ ହୋଇ ପାରିଛି । ସ୍ବଚ୍ଛ ଶାସନ ଓ ଅନେକ ବିକାଶ ମୂଳକ କାମକୁ ନିଜ ସ୍ଵଚକ୍ଷୁରେ ଦେଖି ଓ ଅଙ୍ଗେ ନିଭାଇ ଆଜି କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ନୂତନ ଭାବେ ସାମିଲ ହୋଇଥିବା କହିଛନ୍ତି । ୫ ଟି ସ୍କୁଲ ରୂପାନ୍ତରଣ , ମହିଳା ସଶଶ୍ତିକରଣ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, କ୍ରୀଡା ,ବିପର୍ଜୟ ପରିଚାଳନା ଓ ବିଜୁ ଏକ୍ସପ୍ରେସ ପରି ଅନେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ଵ ରେ ଆଜି ସାରା ବିଶ୍ଵରେ ଏକ ନୂଆ ପରିଚୟ ସୃଷ୍ଟି ହୋଇପାରିଛି ବୋଲି ସମସ୍ତେ ନିଜର ମତ ପ୍ରକାଶ କରିଥିଲେ। ଆଜି ଆମ ଓଡିଶାର ୪. ୫ କୋଟି ଜନତା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ଵକୁ ଗ୍ରହଣ କରୁଛି। ଆଗାମୀ ଦିନରେ ଆମ ବନ୍ଧୁଗାଁ ବ୍ଲକରେ କଂଗ୍ରେସ ଓ ବିଜେପି କୁ ମୂଳପୁଛ କରିବା ସହିତ ଆମ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ନିଶ୍ଚୟ ବିଜୟ ହେବୁ ଏଥି ପାଇଁ ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ଗୁଡିକରେ ଥିବା କଂଗ୍ରେସ ଓ ବିଜେପି କର୍ମୀ ଙ୍କୁ ଏହି ପ୍ରକାର ମେଳା କରି ସାମିଲ କରିବାକୁ ପଦକ୍ଷେପ ନିଆଯିବ ବୋଲି ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ଓ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଆଗାମୀ ଦିନରେ ଆମ ବିଜେଡ଼ି ଦଳ ମଜବୁତ କରି ଆଗକୁ ବଢିବା ପାଇଁ ସମସ୍ତଙ୍କୁ ଅଭାନ୍ନ ଦେଇଥିଲେ। ଆଗାମୀ ଦିନରେ ଆମ ବିଜେଡ଼ି ଦଳ ହିଁ ଏକମାତ୍ର ଦଳ ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ କାମ କରିବ । ଆଜିର ସଭାକୁ ବ୍ଲକ ସଭାପତି ବାଲା ନାଗ ପରିଚାଳନା କରିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୁବି ଭାଷାରେ ଉପସ୍ଥିତ ଥିବା ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ରାଜ୍ଯ ସରକାରଙ୍କ ଅନେକ ଜନ କଲ୍ୟାଣ ଯୋଜନା ଗୁଡ଼ିକୁ ସଂକ୍ଷିପ୍ତ ଭାବେ ଉପସ୍ଥାପନ କରି ଥିଲେ। ସଭାରେ ପୁର୍ବତନ ବିଧାୟକ କୈଳାଶ କୁଲେସିକା, ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ଏସ ଡି ସି ଉପ ସଭାପତି ଲକ୍ଷ୍ମୀ ହେନ୍ତାଳ, ପୁର୍ବତନ ସାଂସଦ ପାର୍ଥିନୀ କୌଶଲ୍ୟା ହିକକା, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଶନି, ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଅବଜର୍ଭର ସୁନୀଲ ମହାନ୍ତି, କୋ ଅବଜରଭର ଡ଼ା ରାଜେନ୍ଦ୍ର ପାତ୍ର, ସମାଜ ସେବୀ ଶଙ୍କର ସାଉନ୍ତା, ନାରାୟଣପାଟଣା ବ୍ଲକ ସଭାପତି ଏସ ଏଗି ନାରାୟଣ , ଦଶମନ୍ତପୁର ବ୍ଲକ ସଭାପତି ମହେନ୍ଦ୍ର କୁଲଦୀପ,ବନ୍ଧୁଗାଁ ବ୍ଲକ କର୍ଡିନେଟର ଦୟା ଭାଇନା, ବରିଷ୍ଟ କର୍ମୀ ଅଭିମନ୍ୟୁ ଭାଣ୍ଡି,, ଦୂର୍ଯ୍ୟ ନାଗ, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ମତି ମାଣ୍ଡିଙ୍ଗି, ଘାଷାଇ ମେଲେକା, ଗୌରୀ ମେଲେକା, ସମିତି ମେମ୍ବର ଦାସ ମେଲେକା, ଯୁବ ସଭାପତି କାହୁଁ ବେବରା, ବିଧାୟକ ପ୍ରତିବିଧି ରବୀନ୍ଦ୍ର ଦେବରପଲ୍ଲୀ, ବ୍ଲକ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା, ବିଜେଡ଼ି କର୍ମୀ ଗୋପିନାଥ ହାରେକା, ଜୋନାଲ କର୍ଡିନେଟର ଉତ୍ତମ ନାୟକ ଓ ଦସମତି ସାରକା, ବିଜେଡ଼ି କର୍ମୀ ବିଶମ୍ୱର ବିଡୀକା, ଏସ ଡି ସି ସଭ୍ୟ ଲୋଡୁ ହୁଲୁକା ଓ ସମସ୍ତ ପଞ୍ଚାୟତ ର ବିଜେଡ଼ି ସଭାପତି ଉପସ୍ଥିତ ରହି ନୂତନ ଭାବେ ବିଜେଡ଼ି ଦଳରେ ଯୋଗ ଦେଉଥିବା କର୍ମୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କାଳବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ମୂତ୍ଯୁ ଘଟଣାକୁ ନେଇ ନ୍ୟାୟିକ ତଦନ୍ତ, ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ସରକାରୀ ଓ ବେସରକାରୀ ଆବାସିକ କେନ୍ଦ୍ରର ପ୍ରଣାଳୀ ସଂଶୋଧନ ଦାବିରେ ବିଜେଡ଼ି ତରଫରୁ ଶନିବାର ୧୮ ତାରିଖ ୧୨ ଘଣ୍ଟିଆ ହଡତାଳ

Sunil Chandra Nayak

ହିଞ୍ଜିଳିର ବେଲଗାଁ ଓ ପୋଚିଲିମାର ଦୁଇ ମହିଳା ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!