ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ 

ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ 

ଡାବୁଗାଁ, ୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ହଳଦୀ ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ ଜୀବନ ଜୀବିକା ସହାୟତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଜଙ୍ଗଲ ସୁରକ୍ଷା କରିବା ଓ ଗଛ ଲଗାଇବା ଉପରେ ଅଭିଭାଷଣ ରଖିଥିଲେ | ଶେଷରେ କେନ୍ଦ୍ରୀୟ ଯୋଜନାରେ ସବୁଜ ଭାରତ ମିଶନ ମାଧ୍ୟମରେ ଡାବୁଗାଁ ବନାଞ୍ଚଳ ଅଧୀନ ହଳଦୀ ବନ ସଂରକ୍ଷଣ ସମିତି ଓ ଜାମୁଗୁଡା ବନ ସଂରକ୍ଷଣ ସମିତି ର କର୍ମ କର୍ତ୍ତା ମାନଙ୍କୁ ନିଜର ଜୀବିକା ବଢାଇବା ପାଇଁ ମାଇକ ସେଟ, ଟେଣ୍ଡ ସାମଗ୍ରୀ, ୫ ସହ ଲୋକଙ୍କ ପାଇଁ ରୋଷେଇ ହାଣ୍ଡି ସେଟ, ଲାଇଟ ସେଟ, ଚେୟାର ଆଦି ସାମଗ୍ରୀ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା | ଏଥିରେ ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଚଚରାଗୁଡା ସରପଞ୍ଚ ରଣଯୁ ଭତ୍ରା, ଗ୍ରାମ୍ୟ ବିକାଶ ସଂଗଠନର ଇଶ୍ଵର ସାବତ, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗ, ସହକାରୀ ବନାଞ୍ଚଳ ଅଧିକାରୀ ସୁକୁମାର ଦୁଖୁ, ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ସରସ୍ଵତୀ ମେହେର, ରିତାରାଣୀ ବିଶ୍ଵାସରାୟ, ଇତିଶ୍ରୀ ମହାନ୍ତି, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ପ୍ରକାଶ ସରକାର ଓ ମନୋରଞ୍ଜନ ନାୟକ ଓ ବନ ସଂରକ୍ଷଣ ସମିତିର ସଭ୍ୟାସଭ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଏବଂ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର କୃପାଦାସ ମହୁରିଆ ଓ ହରିହର ନାୟକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲଗାଣ ବର୍ଷାରେ ଘର ଭୂଷୁଡିଲା ବାସହିନ ଅବସ୍ଥାରେ ସୁରେଶ ପାତ୍ରଙ୍କ ପରିବାର, ସ୍ବାମୀ, ସ୍ତ୍ରୀ ତିନି ଜଣ ପୁଅଝିଅ ଅସହାୟ ଅବସ୍ଥାରେ

Sunil Chandra Nayak

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ : ପାଇପ୍ ଲାଇନ୍ ବିଛାଇ ନଷ୍ଟ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା 

Sunil Chandra Nayak

ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା କରନ୍ତୁ ନାହିଁ 

Sunil Chandra Nayak

Leave a Comment

error: Content is protected !!