ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

ନୂଆପଡା, ଭାରତୀୟ ନିର୍ବାଚନ କମିଶନ ଦେଶରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ସହିତ ରାଜନୈତିକ ଦଳଗୁଡିକର ସଂଚାରିତ ସମ୍ପର୍କରେ ଏକ ଶୃଙ୍ଖଳା ପରିଚାଳନା କରିଥିଲେ । ଆରମ୍ଭର ୨୫ ଦିନ ମଧ୍ୟରେ ୩୧ ମାର୍ଚ ୨୦୨୫ ସୁଦ୍ଧା ମୋଟ ୭୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା ,ଯେଉଁଥିରେ ୪୦ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ , ୮୦୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୮୭୯ ଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଯୋଗଦାନ କରିଥିଲେ । ଏଥିରେ ଦେଶ ବ୍ୟାପି ୨୮ ହଜାରରୁ ଅଧିକ ରାଜନୈତିକ ଦଳର ପ୍ରତିନିଧି ସାମିଲ ହୋଇଥିଲେ । ଏହି ବୈଠକ ଗୁଡିକ ନୂଆଦିଲ୍ଲୀର ଆଇ ଆଇ ଆଇ ଡିଏମ ରେ ମାର୍ଚ ୪ ଓ ୫ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହିତ ନିର୍ବାଚନ କମିଶନର ଡକ୍ଟର ସୁଖବିର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଦ୍ବାରା ଜାରି ନିର୍ଦେଶ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ବଣିକ ସଙ୍ଘ ନିର୍ବାଚନ: କାହ୍ନୁ ସଭାପତି

Sunil Chandra Nayak

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

ନିମ୍ନ ମାନର ରେଙ୍ଗାଲି କାମ

masiha

Leave a Comment

error: Content is protected !!