ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ରାଜେନ୍ଦ୍ର ନାଏକ, ବିଭିନ୍ନ ମହଲରୁ ଶୁଭେଚ୍ଛା

କୋକସରା,୭/୯ // ଓଡିଶା ପ୍ରଦେଶ କଂଗ୍ରେସ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି। ଏହି କ୍ରମରେ କୋକସରା ବ୍ଲକର କଂଗ୍ରେସ ଦଳର ଜଣେ ଲଢୁଆ ଯୁବନେତା ରାଜେନ୍ଦ୍ର ନାଏକ (ଭାଲୁଭାଇ)ଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରାଯାଇଛି। ରାଜେନ୍ଦ୍ର ନାଏକ ପୂର୍ବରୁ କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଓ ଅନ୍ୟାନ୍ୟ ପଦପଦବୀରେ ରହି ଦଳକୁ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ନେତୃତ୍ୱ ନେଇଛନ୍ତି। ଏଣୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇ ଥିବାରୁ କଂଗ୍ରେସର ରାଜ୍ୟ ସଭାପତି ଶରତ ପଟ୍ଟନାୟକ,ବରିଷ୍ଠ ନେତା ଭକ୍ତ ଚରଣ ଦାସ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଚୟନ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଜୁନାଗଡ ବ୍ଲକ ଓ ଏନ୍ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ ଶେଷ ସନ୍ଧ୍ୟା, ଅସୀମା ପଣ୍ଡା ଙ୍କ ସଂକୃତିକ କାର୍ଯ୍ୟକ୍ରମ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଝୁମିଲେ ଦର୍ଶକ

Sunil Chandra Nayak

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ୮୧ ଟି ପଂଜିକୃତ ମାମଲାରୁ ୩୬ ଟି ଫଇସଲା

Leave a Comment

error: Content is protected !!