ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ : ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଏସଡିସି ଅଧ୍ୟକ୍ଷଙ୍କ ସମ୍ମିଳନୀ :

ଯୋଗଦେଲେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

ଭବାନୀପାଟଣା,୦୮/୦୯(ମନିସ)-ଆଜି ଭୁବନେଶ୍ବରଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ! ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୧ଟି ଜିଲ୍ଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ ! ଏଇ ଅବସରରେ ନବଗଠିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଶିବାଜୀ ମାଝୀ ଏଇ ବୈଠକରେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ! ନୂତନ ନିଯୁକ୍ତି ପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ କଳାହାଣ୍ଡି ଜିଲ୍ଲାର ବିକାଶ ଦିଗରେ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଦ୍ବାରା ଯଥାସମ୍ଭବ ପ୍ରୟାସ କରିବେ ବୋଲି ମତ ଦେଇଥିଲେ ! ସେହିପରି ଜିଲ୍ଲାର ବିଭିନ୍ନ ସମସ୍ୟାର ଚିହ୍ନଟ କରି ସ୍ବତନ୍ତ୍ର ଉନ୍ନୟନ ପରିଷଦର କ୍ଷମତା ପରିସର ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ କରିବେ ବୋଲି ସେ କହିବା ସହିତ ସରକାର, ପ୍ରଶାସନ ଓ ଜିଲ୍ଲାବାସୀ ବିଶେଷ କରି ଆଦିବାସୀ ବହୁଳ ଅଞ୍ଚଳରେ ବିକାଶମୂଳକ ବାର୍ତ୍ତା ପହଞ୍ଚାଇବାକୁ ସେ ଏକ ଯୋଗସୂତ୍ର ପାଲଟିବେ ବୋଲି ବୈଠକରେ ମତ ଉପସ୍ଥାପନ କରିଥିଲେ ! ଏଇ ଅବସରରେ ଶ୍ରୀ ମାଝୀଙ୍କୁ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଶ୍ରୀ ମାଝୀ ସ୍ବାଗତ ଜଣାଇବା ସହିତ ଖୁବ୍ ଶୀଘ୍ର ସେ ଜିଲ୍ଲା ଗସ୍ତରେ ଆସିବେ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଏବେ ବିଧାନସଭାରେ ବନବିଭାଗର ଦୁର୍ନୀତି ତାତି ବିଜେପୁର, ସିକେରକୁପା ସେକ୍ସନରେ ସବୁ ନିୟମକୁ ବେଖାତିର

masiha

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

ସଚେତନ ନାଗରିକ ମଞ୍ଚ ର ସ୍ଥାନୀୟ ସମସ୍ୟା ନେଇ ବୈଠକ 

masiha

Leave a Comment

error: Content is protected !!