ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯଦି ଜିଲ୍ଲାର ପୁନରଗଠନ ହୁଏ ତାହେଲେ ଜୁନାଗଡ଼ ହେବ ଜିଲ୍ଲା : ବିଧାୟକ ଦିବ୍ୟଶଙ୍କର ମିଶ୍ର

ଜୋର ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

ପୂର୍ବ ଗୌରବକୁ ଫେରେଇ ଦିଅ ରାଜ୍ୟ ସରକାର

ବ୍ଲକ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଅନିର୍ଦ୍ଦିଷ୍ଟ ଗଣଧାରଣା

ଯଦି ଜିଲ୍ଲାର   ପୁନର୍ଗଠତ  ଗଠନ ହୁଏ ତାହେଲେ ଜୁନାଗଡ଼ ହେବ ଜିଲ୍ଲା : ବିଧାୟକ ଦିବ୍ୟଶଙ୍କର ମିଶ୍ର

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ହଜାରେ ବର୍ଷର ପୁରାତନ ସହର ହେଉଛି ଜୁନାଗଡ଼ । ନାଗଵଂଶ ରାଜାଙ୍କ ସମୟରେ ଜୁନାଗଡ଼ କଳାହାଣ୍ଡି ଜିଲ୍ଲାର ରାଜଧାନୀ ଥିଲା । ରାଜ୍ୟ ସରକାର ପୂର୍ବ ଗୌରବକୁ ଫେରାଇ ଦେବା ପାଇଁ ଆଜି ଜୁନାଗଡ଼ ବାସୀ ଅଣ୍ଟା ଭିଡ଼ିଛନ୍ତି । ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ରେ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି । ଆଜି ସକାଳୁ ସମସ୍ତ ସ୍ୱାଭିମାନ ଜୁନାଗଡ଼ବାସୀ ଏକଜୁଟ ହୋଇଥିଲେ । ପରେ ଲଙ୍କେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଏକ ବିଶାଳ ମଶାଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହିତ ବ୍ଲକ ସମ୍ମୁଖରେ ପହଁଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସ୍ଥଳରେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଥିଲେ ଏବଂ ସେ କହିଲେ ଯେ, ଜୁନାଗଡ଼ ଜିଲ୍ଲା ପାଇଁ ସବୁ ମାପଦଣ୍ଡକୁ ପୂର୍ଣ୍ଣ କରୁଛି ତେଣୁ ଯଦି ଜିଲ୍ଲା ହେବ ତାହେଲେ ଜୁନାଗଡ଼ ହିଁ ଜିଲ୍ଲା ମାନ୍ୟତା ପାଇବ ଏବଂ ରାଜ୍ୟ ସରକାର ଆମର ଏ ଦାବୀକୁ ନିଶ୍ଚିତ ପୁରଣ କରିବେ ବୋଲି କହିଥିଲେ । 

ଏହି ବିକ୍ଷୋଭ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା । ଆଜିର ଏହି କାର୍ଯ୍ୟକ୍ରମରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼, ପ୍ରଭାତ ଦାଶ, ସଂଯୋଜକ ତଥା ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉପଦେଷ୍ଟା ମନୋଜ କୁମାର ମେହେର, ସମ୍ପାଦକ ସନ୍ତୋଷ ସିଂହଦେଓ, ଆଇନପରାମର୍ଶ ଦାତା ଅଶୋକ ପାତ୍ର, ଚିତ୍ତରଂଜନ ନିଆଲ, ଶିଶିର ପଟ୍ଟନାୟକ, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ ବେହେରା, ରଶ୍ମି ରଂଜନ ନାୟକ, ହିମାଦ୍ରୀ ନାଏକ, ତାରାପ୍ରସାଦ ରାୟଗୁରୁ, ବିରଞ୍ଚି ନାରାୟଣ ପଣ୍ଡା, ଦାମୋଦର ବେହେରା, ଚମ୍ପକ ଅଗ୍ରୱାଲ, ପରମାନନ୍ଦ ପ୍ରଧାନ,ଉଗ୍ରସେନ କନ୍ଦପାନ, ରଞ୍ଜନ କୁମାର ଜାଲ, ଅନିଲ କୁମାର ପଣ୍ଡା, କୁବଲେଶ୍ୱର ପାଣିଗ୍ରାହୀ, ଶିବରାମ ରାଉତ, ଅମିତ ଅଗ୍ରୱାଲ, ଦୁର୍ଗାପ୍ରସାଦ ନାଏକ, ଈଶ୍ୱର ପୁଝାରି, ଉଦ୍ଧବ ଚରଣ ସାହୁ, ପ୍ରଭାକର ସେଠୀ, ଜତୀନ୍ଦ୍ର କର, ଯୋଗେଶ ଖେମକା ସମେତ ଅନେକ ଜୁନାଗଡ଼ବାସୀ ଯୋଗଦେଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଶ୍ବ ଭିନ୍ନକ୍ଷମ ଦିବସ 

masiha

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

Sunil Chandra Nayak

ଜନ ମଙ୍ଗଳ ପକ୍ଷରୁ ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଅନୁଷ୍ଠିତ: ୫୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!