ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୨୯୮ଟି ମାମଲା ଫଇସଲା

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩, ୨୯୮ଟି ମାମଲା ଫଇସଲା

କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୩ ର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଦିପ୍ତି ରଞ୍ଜନ କାନୁନ୍‌ଗୋ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧ୍ୟାକରଣ ଶ୍ରୀ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୨୪ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧,୫୯.୨୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୩ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇ ୭୪,୬୮୪ ଟଙ୍କା ସମାଧାନ କରାଯାଇଥିଲା ,ବିଚାର ଯୋଗ୍ୟ୨୩୨ ଟି ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା-୧୩୮)୧୦ ଟି ଫଇସଲା କରାଯାଇ ୧୭,୬୧,୩୪୦ ଟଙ୍କା ଆଦାୟ କରାଯାଇଥିଲା । ବିବାହ ଜନିତ ମକଦମା ୮ ଗୋଟି ଫଇସଲା କରାଜାଇଥିଲା । ରାଜସ୍ବ ମକଦ୍ଦମା ୩୯୫ ଟି ଫଇସଲା କରାଯାଇ ୩,୩୧, ୯୬୪ଟଙ୍କା ଆଦାୟ କରା ଯାଇଥିଲା ଓ ୨୫୧ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ୭୪,୮୯,୫୪୭ ଟଙ୍କା ଆଦାୟ କରାଯାଇଥିଲା।

ଏହି ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍, ଲଲିତ କୁମାର ଦାସ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସ୍ମ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ, କଳାହାଣ୍ଡି, ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍, ସମାପିକା ମହାନ୍ତି, ସିନିୟର ସିଭିଲ ଜଜ୍ (ଏଲ ଆର-ଏଲଟିଭି) ରଶ୍ମୀ ରେଖା ପାତ୍ର,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ, ପି.ସିତାଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁମିତ୍ରା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନୂଆ ଏନଏସି ଓ ମ୍ୟୁନିସପାଲିଟି ଘୋଷଣା ପରେ ପୁଣି ତେଜିଲା ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ

Sunil Chandra Nayak

ବାଣପୁର ବ୍ଲକରେ ୨ୟ ସମିତି ବୈଠକ ହୋ,ହାଲାରେ ଶେଷ : ବାହାରେ ଚାଉଳକୁ ନେଇ ବିଜେଡିର ପ୍ରତିବାଦ ସଭା 

Sunil Chandra Nayak

ରାୟଗଡ ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!