ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ଦ୍ଵାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ଯାଦବ ମହାସଭା ଦ୍ଵାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ନଗର ଯାଦବ ମହାସଭା ତରଫରୁ ସ୍ଥାନୀୟ ଶ୍ରୀ ରାମ ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହା ସମାରୋହରେ ପାଳିତ ହୋଇଯଇଛି, ପ୍ରତି ବର୍ଷ ଭଳି ଏହି ବର୍ଷ ଯାଦବ ସମାଜ ଦୁଇ ଦିନ ଧରି ଆରାଧ୍ୟ ଦେବତା ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମୋତ୍ସବ ଓ ନନ୍ଦୋତ୍ସବ ଧୁମ୍ ଧାମରେ ବୈଷ୍ଣବ ରୀତି ଅନୁସାରେ ପାଳନ କରିଛି। ପ୍ରଥମ ଦିନ ଜନ୍ମାଷ୍ଟମୀ ପୂଜନ,ଭଜନ ସମାରୋହ, ଦୀପ ଦାନ ଆଦି କାର୍ଯକ୍ରମ କରାଯାଇଥିବା ସହ ଦ୍ଵିତୀୟ ଦିବସରେ ସଙ୍କୀର୍ତ୍ତନ ଏବଂ ସୁସଜ୍ଜିତ ରଥରେ ଭଗବାନ ଶ୍ରୀ କୃଷ୍ଣଙ୍କ ସହ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ସହ ଧର୍ମ ସଭା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶ୍ରୀ କୃଷ୍ଣ ଓ ଶ୍ରୀ ରାଧା ଙ୍କ ବେଶ ଧାରି ବାଳକ,ବାଳିକାମାନେ ମୁଖ୍ୟ ଆକର୍ଷଣ ସାଜି ଥିଲେ।ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଯାଦବ ମହାସଭାର ନେତୃବୃନ୍ଦ ସହ ଏକ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ହୋଇଥିଲେ।ଏହି କାର୍ଯ୍ୟକ୍ରମକୁ ଶ୍ରୀ ଦେବାଶିଷ ମହାକୁଡ, ରାଜେନ୍ଦ୍ର ମହାକୁଡ,ତପନ ବେହେରା,ଲକ୍ଷ୍ମଣ ଗୌଡ଼,ରାଜେନ୍ଦ୍ର ନାୟକ,ଭୁବନ ଗୌଡ଼ , କାଶୀନାଥ ବେହେରା ଆଦି କର୍ମକର୍ତ୍ତା ସୁଚାରୁ ରୁପେ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖରିଫ ଋତୁ ପାଇଁ କୃଷକ ସାଥି ଙ୍କ ବୈଠକ 

masiha

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ସେବା ଶିବିର ଉଦଘାଟିତ

masiha

Leave a Comment

error: Content is protected !!