ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଦ୍ୱିତୀୟ ଦିନରେ ,ସାମିଲ ହେଲେ ଜୁନାଗଡ଼ ସାମ୍ବାଦିକ ସଙ୍ଘ, ସପକ୍ଷରେ ବାହାରିଲେ କଲମପୁର ଅଞ୍ଚଳବାସୀ

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ଦ୍ୱିତୀୟ ଦିନରେ ,ସାମିଲ ହେଲେ ଜୁନାଗଡ଼ ସାମ୍ବାଦିକ ସଙ୍ଘ, ସପକ୍ଷରେ ବାହାରିଲେ କଲମପୁର ଅଞ୍ଚଳବାସୀ

ଜୁନାଗଡ଼ ,୧୦/୯(ନି.ପ୍ର)କଳାହାଣ୍ଡି ଜିଲ୍ଲାର ଐତିହାସିକ ସହର,ମନ୍ଦିର ମାଳିନୀ ତଥା ହଜରେ ବର୍ଷର ପୁରୁଣା ସହର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀରେ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଜୁନାଗଡ଼ ହେଉଛି ବୀର ଯୋଦ୍ଧା ର ମାଟି, ମାଟିର ପୁଅ ହିସାବରେ ଏ ମାଟିର ଗର୍ଵ ଓ ଗୌରବ ଫେରାଇ ଆଣିବା ପାଇଁ ଲଢେଇ କରି ଜୀଵନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜିର ଦ୍ୱିତୀୟ ଦିନରେ ଜୁନାଗଡ଼ ଜିଲ୍ଲା ମାନ୍ୟତା ସପକ୍ଷରେ କଲମପୁର ବାସୀ ସାମିଲ ହୋଇଥିଲେ । ଜୁନାଗଡ଼ ସାମ୍ବାଦିକ ସଂଘର ର ସମ୍ପାଦକ ନରେନ୍ଦ୍ର କ୍ଷିତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ,ବିଶ୍ୱନାଥ କର, ଭବାନୀ ଶଙ୍କର ଠାକୁର, କଲମପୁର ବ୍ଲକର ଶ୍ରୀକାନ୍ତ ଛତ୍ରିଆ, ଜତୀନ୍ଦ୍ର କର, ଦାମୋଦର ବେହେରା, ବରିଷ୍ଠ ସାମ୍ବାଦିକ ଚମ୍ପକ ଅଗ୍ରୱାଲ,ଶର୍ମିଷ୍ଠା ଯୋଶୀ, ରଜନୀକାନ୍ତ ମିଶ୍ର, ଖଗେଶ୍ବର ଧଙ୍ଗଡାମାଝୀ, ନିକୁଞ୍ଜ ଚଳାନ, ସୁନୀଲ ସିଂ,ବ୍ୟାଶଦେବ ପାଣିଗ୍ରାହୀ, ଆଦିତ୍ୟ ମହାନ୍ତି,ସୁନ୍ଦରମୋହନ ଛତ୍ରୀଆ ,ରବି ସୁନାନୀ ,ପ୍ରଭାକର ସେଠି, ବିଭୁପ୍ରସାଦ ପାଢ଼ୀ,ବ୍ୟୋମକେଶ ପୁରୋହିତ, ଅଂଶୁମାନ ଯୋଶୀ, ଭୋକୋରଧନ ଧଙ୍ଗଡାମାଝୀ, ପୁରନେନ୍ଦୁ ମାଝୀ,ହରେରାମ ମାଝୀ, ଗାୟରାମ ପୁଝାରି,କୁମାରମଣି ଦୁର୍ଗା , ଆଶିଷ ଗୋଏଲ, ଚିତ୍ତରଞ୍ଜନ ନିଆଲ, ପ୍ରିୟବ୍ରତ ମେହେର,ସନ୍ଦୀପ ସାହୁ, ସ୍ମାରକ ଦାଶ, ବରିଷ୍ଠ ଓକିଲ ଶିଶିର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିଙ୍କ ସନ୍ତୋଷ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାରେ ବନ୍ଦ ସଫଳ

Sunil Chandra Nayak

ସରକାର କଲେ ପ୍ରତାରଣା : ନର୍ଲା ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା

masiha

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

Leave a Comment

error: Content is protected !!