ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ

ରାଉରକେଲା/ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ, ରାଉରକେଲା ଓ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ କୋଏଲନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମହିଳା ଆରୋଗ୍ଯ ସମିତି ସମ୍ମେଳନ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ସ୍ବାସ୍ଥ୍ୟ ପ୍ରବନ୍ଧକ ଆତିସ୍ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୋଏଲନଗର ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡାକ୍ତର ପରନ ହାସଁଦା ଓ ଗୋଷ୍ଠୀ ପରିଚାଳିକା ପ୍ରୀତିମୟୀ ଲେଙ୍କା ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସମିତି ର ଲକ୍ଷ୍ୟ ଓ ଏହାର କାର୍ଯ୍ୟ କିପରି ଅନ୍ୟମାନଙ୍କୁ ପ୍ରେରିତ କରିଛି ସେ ସଂପର୍କରେ ମତ ରଖି ଥିଲେ। ଏହି ଅବସରରେ ୧୮ଟି ମାସ୍ ଗୃପ ନେହେରୁପାଲି ୧ବି,ଗୋଲ୍ଡ ଫିଲ୍ଡ ବସ୍ତି, ଜଗନ୍ନାଥପାଲ୍ଲୀ ବି,ଆମ୍ଭାଗାନ ୧,ଶାନ୍ତିନଗର ବସ୍ତି ବି,କଲ୍ୟାଣୀ ବସ୍ତି, ପାର୍କ ବସ୍ତି, ମିଶ୍ର ଖଟାଲ,ନେହେରୁପାଲି ୨,ଶୁଭଦ୍ରା ବସ୍ତି, ଜଗଦ୍ଧାତ୍ରୀ ବସ୍ତି, ତୁମକେଲା,ଆଖଣ୍ଡଳମଣି ବସ୍ତି, ଆଇଜିଏଚ କଲୋନୀ, ସେକ୍ଟର ୧୬ ଖଟାଲ ବସ୍ତି, ରୁଗୁଡି ବସ୍ତି, ହମିରପୁର ୧,ହମିରପୁର ୨ ଆଦି ମହିଳା ଆରୋଗ୍ଯ ସମିତି କୁ ପ୍ରଶଂସାପତ୍ର ସହ ୩ହଜାର ଆର୍ଥିକ ପ୍ରୋତ୍ସାହନ ସହାୟତା ରାଶି ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ପ୍ରତ୍ୟେକ ଗୃପର ସଭାପତି ଓ ସଂପାଦିକା ମାନେ ନିଜର ଅଭିଜ୍ଞତା ଓ ମତ ବିନିମୟ କରିଥିଲେ। ଆଗାମୀ ଦିନରେ ବସ୍ତି ମାନଙ୍କରେ ସ୍ବଚ୍ଛତା, ମାସ୍କ ଓ ସାନିଟାରାଇଜର ବଣ୍ଟନ, ଟୀକା କରଣ,ସଚେତନତା କାର୍ଯ୍ୟକ୍ରମ ତ୍ବରାନ୍ବିତ କରାଯିବ ବୋଲି କହିଥିଲେ। ଏହାସହ ମହିଳା ସ୍ବାସ୍ଥ୍ୟ କର୍ମୀ, ମାସ୍କ ଓ ଆଶା କର୍ମୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହିପରି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ସମ୍ମେଳନକୁ ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସୁପ୍ରିତୀ ବିଶୋଇ,ସଂଜୁକ୍ତା ଦାସ,ଶାନ୍ତିଲତା ଜେନା,ସସ୍ମିତା ପାଇକରାୟ, ରତ୍ନମାଳା ପ୍ରଧାନ, ଝିଲି ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଉଡ଼ିଗଲା ଚମ୍ପାବନ ମୋହକ – ଝୁରି ବସିଛି ଗ୍ରାମବାସୀ

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ଟ୍ରାନ୍ସଫର୍ମର ଅଚଳ କାରଣରୁ ୨୭ ଦିନ ହେବ ଅନ୍ଧାର ରେ ସାନ ପୋଡ଼ାଗୁଡା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!