ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ବାରା ଅନୁଷ୍ଠିତ 

ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ବାରା ଅନୁଷ୍ଠିତ 

କୋରାପୁଟ :- ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଦ୍ବାରା ଜୋନାଲ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭୋନ ୩.୦୬ ଅନୁଶାରେ କୋରାପୁଟ ଜିଲ୍ଲା ଏହି ପ୍ରତିଯୋଗିତା ଆୟୋଜନ କରିଥିଲା । ଏଥିରେ ୪ଟି ଜିଲ୍ଲାର ଆଇନ ସାକ୍ଷରତା କ୍ଲବ ପ୍ରତିଯୋଗି ମାନେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରେ, ନବରଙ୍ଗପୁର, କଳାହାଣ୍ଡି, ମାଲକାନାଗିରି, କୋରାପୁଟ, ଜିଲ୍ଲାର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଏବଂ କ୍ଷୁଦ୍ର ଏଢାଙ୍କିକା ନାଟକ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିବା ଆଇନ ସାକ୍ଷରତା କ୍ଲବ ଗୁଡିକ ମଧ୍ୟରେ କ୍ଷୁଦ୍ର ଏକାଙ୍କିକା ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଓଡିଶା ଆଦର୍ଶ ବିଦ୍ୟାଳୟ ମେସିଂଙ୍ଗପୁଟ, କୋରାପୁଟ,, ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡାଗାସୀ, ନବରଙ୍ଗପୁର ଜିଲ୍ଲା, ଏବଂ ତୃତୀୟ ସ୍ଥାନରେ ଓଡିଶା ଆଦର୍ଶ ବିଦ୍ୟାଳୟ, ମୁସିଗୁଡା, କଳାହାଣ୍ଡି ଜିଲ୍ଲା । ଏବଂ ପ୍ରବନ୍ଧରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଅଂଶୁମାନ ସାଇ, ସିଟି ହାଇ ସ୍କୁଲ ଜୟପୁର ଏବଂ’ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ କୁମାରୀ ତପସ୍ଵୀନ ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁସିରୁତା କଳାହାଣ୍ଡି ଏବଂ ତୃତୀୟ ସ୍ଥାନ ରେ ଅନେଣ୍ଡା ପ୍ରଜ୍ଞା କରକରା, ତବାହାରଲାଲ୍ ନବୋଦୟ ବିଦ୍ୟାଳୟ, ଖାଡ଼ିଗୁଡା, ନବରଙ୍ଗପୁର ଜିଲ୍ଲା । ବକୃତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଶ୍ରୀ ସାଇ କିରନ ପଟ୍ଟନାୟକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଟପାଳ, କୋରାପୁଟ ଜିଲ୍ଲା, ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ କୁମାରୀ ସନସିତା ପଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ ନବରଙ୍ଗପୁର ଜିଲ୍ଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ଇମ୍ରାନ ପ୍ରତୀକ ନାଗ, ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା, କଳାହାଣ୍ଡି ଜିଲ୍ଲା । ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଶିବା ନାୟକ, ସରକାରୀ ଉଚ୍ଚବିଦ୍ୟାଳୟ, କେସିଙ୍ଗା, କଳାହାଣ୍ଡି ଜିଲ୍ଲା, ଦ୍ଵିତୀୟ ସ୍ଥାନରେ ପ୍ରଫୁଲ୍ଲ ସାନ୍ତା, ସରକାରୀ ଉଚ୍ଚବିଦ୍ୟାଳୟ,ଜୟପୁଗ, କୋରାପୁଟ ଜିଲ୍ଲା, ଏବଂ କୁମାରୀ ଅଭିଲୀସା ପାଢୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଉମରକୋଟ, ନବରଙ୍ଗପୁର ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ମୂଖ୍ୟ ବିଚାରପତି ଶ୍ରୀ ସତ୍ୟଳା ନାୟଣ ମିଶ୍ର । ମୁଖ୍ୟ ଅତୀନି ଭାବେ ଯୋଗ ଦେଇଥିଲେ । ଏଥିରେ ପରିବାର ଅଦାଲତର ବିଚାରପତି ଡଃ ପବିତ୍ର ମୋହନ ସାମଲ, ଅତିରକ୍ତ ଜିଲ୍ଲା ଜଜ୍ ତଥା ସ୍ବତନ୍ତ୍ର ଜଜ ପୋକ୍ସ କୋର୍ଟ, ଶ୍ରୀ ସି.ଏଚ୍ ବାସୁଦେବ ପାତ୍ର, ବରିଷ୍ଠ ଦେୱନୀ ବିଚାରପତି ତଥା ମହିଳା କୋର୍ଟରବିଚାରପତୀ ଶ୍ରୀମତୀ ଅଞ୍ଜଳୀ ମାଛଖଣ୍ଡ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ରେ ଖାରାଣୀ ପଣ୍ଡା, ଶ୍ରୀ ସୁମନ ହେଲା ପଡିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଦାୟିତ ଗ୍ରହଣ କରିଥିଲେ। ଅଂଶଗ୍ରହଣ କରି ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳ ଭାବେ ପରିବାର ଅଦାଲତର ବିଚାର ପତା ଡଃ ପବିତ୍ର ମୋହନ ସାମଲ, ଅତିରିକ୍ତ ଜିଲ୍ଲା ଜଜ ତଥା ପୋକ୍ସକୋର୍ଟ ବିଚାରପତି ଶ୍ରୀ ସିଏଚ୍ ବାସୁଦେବ ପାତ୍ର, ବରିଷ୍ଟ ଦେୱନୀ ବିଚାରପତି ତଥା ମହିଳା କୋର୍ଟରବିଚାରପତୀ ଶ୍ରୀମତୀ ଅଞ୍ଜଳୀ ମାଛଖଣ୍ଡ, ବରିଷ୍ଠ ଦେୱନା ବିଚାରପତି ଶ୍ରୀମତୀ ରେଖାରାଣୀ ପଣ୍ଡା, ଶ୍ରୀ ସୁମନ ଜେନା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଏହା ବ୍ୟତୀତ ହୁରୀ ସଚିବ ଶ୍ରୀ ସତ୍ୟ ସୁନ୍ଦର ଦାଶ, ଅଧ୍ୟାପକ, ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର, ସୁଶ୍ରୀ କବିତା ବଜେଇ, ଅଧ୍ୟାପିକା ବିକ୍ରମଦେବ ମହାବିଦ୍ୟାଳୟ, ଜୟପୁର, ଶ୍ରୀ ଉଦୟଶଙ୍କର ଜାନୀ, ଅବସରପ୍ରାପ୍ତ ଅଲ୍ ଇଣ୍ଡିଆ ରେଡିଓ ଶାଖା, ଜୟପୁର, ଶ୍ରୀ ପଦ୍ମଚରଣ ଚୌଧୁରୀ, ଆର୍ଟ ପ୍ରଶିକ୍ଷକ ତୁରୀ ପଦସ୍ୟ ର ଦାୟିତ୍ବ ନେଇଥିଲେ । କ୍ଷୁଦ୍ର ନାଟକରେ ବିଜୟ ଦଳକୁ ଟ୍ରଫି ସହିତ ପାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ତା ସହିତ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିତା ମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଜୋନାଲ ସ୍ତରରେ ଯେଉଁ ପ୍ରତିଯୋଗିମାନେ ପ୍ରଥମ ସ୍ଥାନ ଅଧିକାର ଅଧିକାର କରିଛନ୍ତି ସେମାନେ କଟକରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା କାରାଗାର ଠାରେ କେରମ ଓ ଚେସ ପ୍ରତିଯୋଗିତା

Sunil Chandra Nayak

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଟେମରି କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ତଥା ୬୮ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!