ବି.ବି.ହାଇସ୍କୁଲ୍,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ସଚେତନତା କାର୍ଯ୍ୟକ୍ରମ -୨୦୨୩ ଅନୁଷ୍ଠିତ
ଢେଙ୍କାନାଳ( ମ ସୀହା ) ୧୧/୦୯_ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନାମା ଅନୁସାରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ରୀ -ଛାତ୍ର, ଅଭିଭାବକ – ଅଭିଭାବିକା ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ, ଶିକ୍ଷୟିତ୍ରୀ – ଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ସହ ବିଦ୍ୟାଳୟର ଅଭୁଲା ଅନୁଭୂତିର ସ୍ମୃତିଚାରଣ ଓ ସ୍ମୃତି କାନ୍ଥରେ ତାହାକୁ ସ୍ଥାପନ,ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିପାଇଁ ଭବିଷ୍ୟତ ରୋଡ୍ ମ୍ୟାପ୍ ପ୍ରସ୍ତୁତି ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ଏକଦିବସୀୟ ମତ ବିନିମୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟରଙ୍କ ଆବାହକତ୍ୱ,ମାର୍ଗଦର୍ଶନ ଓ ସଭାପତିତ୍ବରେ ମୁଖ୍ୟଅତିଥି ଭାବରେ ୧୯୬୯ ବ୍ୟାଚ୍ ପ୍ରାକ୍ତନ ଛାତ୍ର , ବିଦ୍ୟାଳୟ ପକ୍ଷରୁ ଅତୀତରେ ଜାପାନ ଦେଶ ଗସ୍ତ କରିଥିବା ରାଷ୍ଟ୍ରପତି ସ୍କାଉଟ, ସୁସାହିତ୍ୟିକ, ସୁସଙ୍ଗଠକ, ବିଶିଷ୍ଠ ବକ୍ତା ଓ ପ୍ରଖ୍ୟାତ ବରିଷ୍ଠ ଆଇନ୍ ଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ଗୁରୁ- ଛାତ୍ର ସମ୍ପର୍କର ସେତୁବନ୍ଧ ଓ ଅତୀତର ଅଭୁଲା ସ୍ମୃତିଚାରଣ ସହ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ଐକାନ୍ତିକ ନିରବଚ୍ଛିନ୍ନ ପ୍ରଚେଷ୍ଟା ହିଁ ଶିକ୍ଷା ଓ ଶିକ୍ଷାୟତନର ବିକାଶର ମୂଳମନ୍ତ୍ର ବୋଲି ମତପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ଗୁଡ଼ିକର ସଚେତନତା କାର୍ଯ୍ୟକ୍ରମ -୨୦୨୩ ସମ୍ପର୍କରେ ସାରଗର୍ଭକ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ଆମର ଏହି ଶତାୟୁ ବିଦ୍ୟାଳୟ ଏସବୁ ପୁରସ୍କାର ପାଇବାକୁ ଆବେଦନ କରି ସବୁକ୍ଷେତ୍ରରେ ସଫଳ ହୋଇ ବିଦ୍ୟାଳୟର ଯଶ, ଗାରିମା ବଜାୟ ରଖିବାକୁ ସମସ୍ତେ ସହଯୋଗର ହାତବଢ଼ାଇବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ସଭାର ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ସଭାର ଉଦ୍ଦେଶ୍ୟଜ୍ଞାପନ
କରିବା ଅବସରରେ ସ୍ଵୀୟ ଅଭିଭାଷଣରେ , ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ପାଇଁ, ବିଦ୍ୟାଳୟ ପାଇଁ ,ପ୍ରଧାନଶିକ୍ଷକଙ୍କ ପାଇଁ, ଶିକ୍ଷକଙ୍କ ପାଇଁ, ବିଦ୍ୟାଳୟ ପରିଚାଳନା କମିଟି ପାଇଁ ଓ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର କମିଟି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପୁରସ୍କାର ଗୁଡ଼ିକର ଆବେଦନ, ଯୋଗ୍ୟତା ମାନଦଣ୍ଡ ଓ ଚୟନ ପ୍ରକ୍ରିୟା ସମ୍ପର୍କରେ ସୁବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସେ ମଧ୍ୟ ବିଦ୍ୟାଳୟର ଅତୀତର ଅଭୁଲା ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଓ ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ସମସ୍ତେ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ ମଞ୍ଚାସୀନ ଥିଲେ ଓ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ୧୯୭୬ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ଡ଼. ନିର୍ମଳ ସୁନ୍ଦର ମିଶ୍ର,୧୯୭୯ ବ୍ୟାଚ୍ ର ପ୍ରାକ୍ତନ ଛାତ୍ରୀ ତଥା ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ, ୧୯୮୦ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର, ୧୯୮୪ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,୧୯୮୯ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ଆଡ୍ ଭୋକେଟ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ୧୯୯୦ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ଆଡ୍ ଭୋକେଟ୍ ଟଙ୍କଧର ବେହେରା, ୨୦୦୭ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଭୋକେସନାଲ ଟ୍ରେନର ସୁଜିତ୍ କୁମାର ବାରା,୨୦୧୦ ବ୍ୟାଚର କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,୨୦୧୧ ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ,୨୦୧୧ ବ୍ୟାଚ୍ ର ପ୍ରାକ୍ତନ ଛାତ୍ରୀ ତଥା ବିଜ୍ଞାନ ଶିକ୍ଷୟିତ୍ରୀ କିରଣବାଳା ମହାଳିକ,ପ୍ରାକ୍ତନ ଛାତ୍ର ତଥା ଟାଇକୋଣ୍ଡୋ ପ୍ରଶିକ୍ଷକ ଇଂ.ସୌମ୍ୟବ୍ରତ ସାହୁ, ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା, କଲ୍ୟାଣୀ ବଡ଼ଜେନା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ଏଲିମେଣ୍ଟରୀ ଶିକ୍ଷୟିତ୍ରୀ ସୁନୀତା ସାହୁ, ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ, ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ କର୍ମଚାରୀ ବୃନ୍ଦ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ବିଦ୍ୟାଳୟରେ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍


