ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ

ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ

ନବରଙ୍ଗପୁର ,(ମସିହା)ବରିଷ୍ଠ ନାଗରିକ ସଂଘ ନବରଙ୍ଗପୁରର ସପ୍ତମ ବାର୍ଷିକୀ ବୈଠକ ସ୍ଥାନୀୟ ଆଖଣ୍ଡଳମଣୀ ମନ୍ଦିର କମୁନିଟି ହୋଲ ଠାରେ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଡ ରାଧାନାଥ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଚିକିଶ୍ଚା ଅଧିକାରୀ ମଳୟ କୁମାର ତ୍ରିପାଠୀ ଓ ସୁକାନ୍ତ ଶତପଥି , ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପାତ୍ର ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ସଂଘର ସଦସ୍ୟ ଦିବ୍ୟlଙ୍ଗତ ପ୍ରେମଚାନ୍ଦ ପଟ୍ଟନାୟକ ଓ ରାମ ଚନ୍ଦ୍ର ମହାନ୍ତିଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା । ସାଧାରଣ ସମ୍ପାଦକ ବି ରାମ ମୂର୍ତି ପଟ୍ଟନାୟକ ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ ଜଣେଇବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକ ସଂଘ ନିମନ୍ତେ ଏକ ଗୃହ ଯୋଗେଇଦେବା ସହ ତାଙ୍କ ପାଣ୍ଠି ରୁ ଅନୁଦାନ ଯୋଗେଇ ଦେବେ ବୋଲି ପୂର୍ବ ବର୍ଷ ଭଳି ପ୍ରତିଶ୍ରୁତି ଦହୋରାଇଥିଲେ । ବିଶିଷ୍ଟ ସମାଜସେବୀ ତଥା ସଂଘର କୋଷାଧ୍ୟକ୍ଷ ଜଗନ୍ନାଥ ମହାପାତ୍ର ବ୍ୟାଙ୍କରେ ବରିଷ୍ଠ ନାଗରିକ ମାନଙ୍କ ନେଣ ଦେଣ କାରବାର ପାଇଁ ଏକ ସ୍ଵତନ୍ତ୍ର କାଉଣ୍ଟର ଖୋଲିବାକୁ ଦାବି କରିଥିଲେ । ଏହି ଅବସରରେ ସଂଘର ପ୍ରତିଭାବାନ ସଦସ୍ୟ ବରିଷ୍ଠ ସରକାରୀ ଆଇନଜୀବୀ ଉମା ଶଙ୍କର ତ୍ରିପାଠୀ , ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ଭୁକ୍ତା ଏବଂ ଅବସର ପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ନରସିଂହ ମହାଙ୍କୁଡଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କାର୍ଯ୍ୟ ନିର୍ବାହୀ କମିଟିର ସଦସ୍ୟ ନିରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଉପ ସଭାପତି ଚନ୍ଦ୍ର କୁମାର ଆଚାର୍ଯ୍ୟ , ଜଗଦୀଶ ଚନ୍ଦ୍ର ତ୍ରିପାଠୀ , ବିଜୟ ଚୌଧୁରୀ, ନରସିଂହ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଂଜଳି 

masiha

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ସର୍ବକାଳୀନ ଓ ନିରନ୍ତର ସେବାପାଇଁ… ଜୟନ୍ତ ବେହେରା ପାଇଲେ ମହାବୀର ସାଂସ୍କୁତିକ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ  ମହାବୀର ସମ୍ମାନ-୨୦୨୩

masiha

Leave a Comment

error: Content is protected !!