ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

କଲମପୁର ତା ୧୨.୯ (ମ ନି ସ) କଲମପୁର ଥାନା ଅଧିନସ୍ଥ ବନ୍ଧକନା ଠାରେ ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଘଟିଛି । ପରିବାର ଲୋକ ଘଟଣାକୁ ଚପାଇ ଦେବା ପାଇଁ ପ୍ରୟାସ କରି ଶବକୁ ଦାହ ସଂସ୍କାର କରିବା ପାଇଁ ଶ୍ମଶାନ କୁ ନେଇଥିବା ବେଳେ କଲମପୁର ପୁଲିସ ଶ୍ମଶାନ ରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ ବନ୍ଧକନା ଗ୍ରାମ ର ପରମାନନ୍ଦ ମାଝୀ ନାମକ ଜନୈକ ବ୍ୟକ୍ତି ନିଜ ଘରକୁ ସଂଯୋଗ ହେଇଥିତା ବିଦ୍ୟୁତ୍ ରେ ସମସ୍ୟା ହେବା ଯୋଗୁଁ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟ ରେ ଚଢି ମରାମତି କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଥିଲେ । ଯାହାରି ଫଳରେ ଖୁଣ୍ଟ ତଳକୁ ଛିଟିକି ପଡିଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ଧକନା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ପରମାନନ୍ଦ ର ମୃତ୍ୟୁ ହେଇ ସାରିଥିଲା। ନିଜ ଭୁଲ ପାଇଁ ଏଭଳି ଘଟଣା ଘଟିବାରୁ ପରିବାର ଲୋକ ଘଟଣାକୁ ଚପାଇ ଦେବା ଉଦ୍ଧେଶ୍ୟରେ ଶବକୁ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନ କୁ ନେଇ ଯାଇଥିଲେ। କିନ୍ତୁ କୌଣସି ସୂତ୍ରରୁ କଲମପୁର ପୁଲିସ ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ ସଂଧ୍ୟାରେ ଗାଁ ଶ୍ମଶାନରେ ପହଞ୍ଚି ଶବ ଜବତ କରିବା ସହ କଲମପୁର ପୁଲିସ ଥାନା ଅପମୃତ୍ୟୁ ମାମଲା କେସ୍ ନଂ ୧୦/୨୦୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।

ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ସଶକ୍ତ ମହିଳା ଓ ସାହିତ୍ୟ କ୍ଷେତ୍ର ରେ ନାରୀ ମାନଙ୍କ ଅବଦାନ କୁ ନେଇ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , କଳାହାଣ୍ଡି ପକ୍ଷରୁ ଆଲୋଚନା ପର୍ବ ଓ କବିତା ଆସର

masiha

ସମସ୍ୟା ଘେରରେ ଚିଲିଗୁଡ଼ା ଅଲେଖ ମହିମା ମଠ

masiha

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!