ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

ପାପଡାହାଣ୍ଡି ,13/9, ମନିସ —-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ବୁଧବାର ଘି ଖଣ୍ଡି ନିକଟ ପୋଲ ଉପରେ ପାଣି ଆସିବା ଯୋଗୁଁ ମଇଦଲପୁର ଠାରୁ ମାଝୀଗୁଡା, ସାନବାର୍ଲି ଓ ଝରିଗାଁ ବ୍ଲକକୁ ଯାନ ବାହାନ ଚଳାଚଳ ବନ୍ଦ ହୋଇଥିଲା | ମାଝୀଗୁଡାରେ କିଛି ଘରେ ପାଣି ପଶିଯାଇଥିବା ସୂଚନା ମିଳିଛି | ଧାନ ଜମିରେ ପାଣି ମାଡିଯିବା ଯୋଗୁଁ ଶହ ଶହ ଏକର ଫସଲ ନଷ୍ଟ ହେବା ଦେଖାଦେଇଛି | ଲଗାଣ ବର୍ଷା ଚାଷିଙ୍କ ଚିନ୍ତା ବଢ଼ାଇ ଦେଇଛି | ଗତ ଦୁଇ ଦିନ ଧରି ପାପଡାହାଣ୍ଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରିରହିଛି | ବର୍ଷା ଯୋଗୁଁ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି | ବ୍ଲକର ମଇଦଲପୁର, ମାଝୀଗୁଡା ପଂଚାୟତରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟ କ୍ଷତି ଦେଖିବାକୁ ମିଳିଛି | ସନ୍ଧ୍ୟାରେ ଘି ଖଣ୍ଡି ପୋଲ ଉପରେ ପାଣି ଆସିଯିବା ଯୋଗୁଁ ଯାନ ବାହାନ ଚଳା ଚଳ ବନ୍ଦ ହୋଇଥିଲା | ସେହିପରି କଳା ଭାଟିଗୁଡା ଓ କାକଡି ଆମ ପୋଲ ତଳକୁ ପାଣି ଚାଲୁଛି ରାତି ତମାମ ବର୍ଷା ହେଲେ ପୋଲ ଉପରେ ପାଣି ଚଢିବା ସମ୍ବାବନା ରହିଛି | ଶହ ଶହ ଏକର ଧାନ ଜମିରେ ପାଣି ମାଡି ଯାଇଥିବାରୀ ଫସଲ ନଷ୍ଟ ହେବା ଦେଖାଦେଇଛି | ପ୍ରଥମେ ସ୍ୱଳ୍ପ ବର୍ଷା ଯୋଗୁଁ ଚାଷ କାମ ବିଳମ୍ବ ଦେଖାଦେଇଥିଲା କିନ୍ତୁ ପରେ ଚାଷ କାମ ଆଗେଇଥିବା ବେଳେ ଏହି ବର୍ଷା ଚାଷିର ଚିନ୍ତା ବଢ଼ାଇଦେଇଛି | ଧାନ ବର୍ତମାନ ଫୁଲ ଆସିବା ବେଳକୁ ବର୍ଷା ଧୋଇଦେଇଥିବାରୁ ଚାଷି ମୁଣ୍ଡରେ ହାତ ଦେଇ ବସିଛନ୍ତି | ପ୍ରଶାସନ ତରଫରୁ ଶୀଘ୍ର କ୍ଷୟ କ୍ଷତି ଆକଳନ କରି ସହାୟତା ପ୍ରଦାନ ଲାଗି ସାଧାରଣରେ ନିବେଦନ କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସତଭାବନା ଲକ୍ଷେଘର ସମାଜର ନୂଆଁଖାଇ ଭେଟଘାଟ

Sunil Chandra Nayak

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

ଏକତା ପାଇଁ ଦୌଡ଼(Run for unity)ଆୟୋଜନ ନିମନ୍ତ :-ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!