ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ 

ରାଉରକେଲା/ ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗ ଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଟିକେଟ ନୀରିକ୍ଷକ ମାନିକଲାଲ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ପ୍ରତିମା ସାହୁ, ଉପାଧ୍ୟକ୍ଷ ଗ୍ରେସୀ ଡେଭିଡ,ରୂପେଶ ଅଗ୍ରୱାଲ,ଅଭିଷେକ ସିଂହ, ବିଜୟ ସୁନ୍ଦରରାୟ, ବିଶ୍ବଜିତ ରାଉତ, ବିଶ୍ବଭୂଷଣ ମହାପାତ୍ର, ଜିତେନ ମହାନ୍ତି,ଲକ୍ଷ୍ମୀ, ଅଶୋକ ଦକ୍ଷିଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେସନ ମହାପ୍ରବନ୍ଧକ ଶ୍ରୀ ଦାଶ ଅନୁଷ୍ଠାନର ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ, ସାମାଜିକ ପ୍ରତିବଦ୍ଧତା ଓ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିବ ବୋଲି ମତ ରଖିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

masiha

ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ l ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ 

Sunil Chandra Nayak

ଜୁନାଗଡ଼ ସମବାୟ ସମିତି ଲିଃ ପକ୍ଷରୁ ବାର୍ଷିକ ସାଧାରଣ ସଭା 

masiha

Leave a Comment

error: Content is protected !!