ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ 

ରାୟଗଡାରୁ ଚୋରି ବୋଲେରୋ ବାଲିଗୁଡାରେ ଠାବ, ଜଣେ ଅଟକ : ଦୁଇ ଚମ୍ପଟ : ତଦନ୍ତ ଅବ୍ୟାହତ 

କନ୍ଧମାଳ:13/09/23:(ମନିସ): ରାୟଗଡ଼ା ଜିଲ୍ଲା ତେଲେଙ୍ଗାପଦର ଗାଁ ରୁ ଚୋରି ବୋଲେରୋ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ଠାବ । ଗତକାଲି ମଙ୍ଗଳବାର ରାତିରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ତେଲାଙ୍ଗାପଦର ଗାଁ ର ଲକ୍ଷ୍ମୀନାରାୟଣ ପାତ୍ରଙ୍କ ବୋଲେରୋ ତିନିଜଣ ଦୁର୍ବୃତ୍ତ ଚୋରି କରି ନେଇଥିଲେ । ବାଲିଗୁଡ଼ା ଥାନା ପୋଲିସ୍ ବାଲିଗୁଡ଼ା ବାଇପାସ୍ ରାସ୍ତାରୁ ବୋଲେରୋ ଠାବ କରିବା ସହ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଖୋଜୁଛି । ସୂଚନା ପ୍ରକାରେ ବୁଧବାର ଭୋର୍ ସମୟରେ ବୋଲେରୋ ଚୋରି ହୋଇଥିବା ନେଇ ଗାଡ଼ି ରଖିଥିବା ସ୍ଥାନର ସିସି ଟିଭି ଫୁଟେଜ୍ ଓ ଜିପିଏସ୍ ଟ୍ରାକ୍ କରିବା ପରେ ଲକ୍ଷ୍ମୀନାରାୟଣ ବାଲିଗୁଡ଼ା ସ୍ଥିତ ତାଙ୍କ ମାମୁଁ ସୂର୍ଯ୍ୟ ପାତ୍ରଙ୍କୁ ଜଣାଇଥିଲେ । ସୂର୍ଯ୍ୟ ପାତ୍ର ବାଲିଗୁଡ଼ା ପୋଲିସକୁ ଜଣାଇବା ସହ ଥାନାକୁ ମଧ୍ୟ ଆସି ଥାନା ସମ୍ମୁଖରେ ନାକା ଲଗାଇଥିଲେ । ଏହା ଦେଖି ଦୁର୍ବୃତ୍ତ ମାନେ ସେଠାରୁ ଗାଡ଼ି ବୁଲାଇ ସ୍ଥାନୀୟ କଲେଜ୍ ନିକଟସ୍ଥ ପଣଷପଡ଼ି ବାଇପାସ୍ ରାସ୍ତା ଦେଇ ଯିବା ବେଳେ ଏକ ଖାଲରେ ଫସି ଯିବାର ଫଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ । ହେଲେ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ତାଙ୍କ ଟିମ୍ ଓ ସ୍ଥାନୀୟ ଲୋକେ ପିଛା କରି ଜଣକୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସେପଟେ ବାଲିଗୁଡା ପୋଲିସ ତଦନ୍ତ ଅବ୍ୟାହତ ରଖି ଅନ୍ୟ ଦୁଇଜଣ ଦୁର୍ବୃତ୍ତଙ୍କୁ ନିକଟସ୍ଥ ଜଙ୍ଗଲରେ ଖୋଜୁଥିବା ବେଳେ ଅଧିକ ତଥ୍ୟ ହାସଲ ପାଇଁ । ଅଟକ ଥିବା ବ୍ୟକ୍ତି ଙ୍କୁ ପଚରା ଉଚୁରା ଜାରୀ ରଖିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ 

masiha

ଘୁଡୁଘୁଡି ଜୁଆ ଖେଳ ଚଢ଼ାଉ,୧୫ ବାଇକ ୩୩ ହଜାର ଟଙ୍କା ଜବତ

masiha

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!