ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ପୌର ନିର୍ବାଚନ – ସୁଚାରୁ ରୂପେ ପରିଚାଳନା ପାଇଁ ପ୍ରଶାସନ ପ୍ରସ୍ତୁତ

ଭବାନୀପାଟଣା ୨୪/୩- ମ.ନି.ସ:- ଆଜି ଓଡ଼ଶା  ସମେତ  କଳାହାଣ୍ଡି ଜିଲ୍ଲାରେ ମ୍ଯୁନିସିପାଲିଟି ଓ ଏନଏସ ନିର୍ବାଚନ ଚାଲିଛି। ଏହାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ୧୦୭ ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ କରାଯାଇ ଥିବାବେଳେ ସଂରକ୍ଷିତ ରହିଛନ୍ତି ୧୨ ଜଣ ଅଫିସର, ସେହିପରି ସମୁଦାୟ ୪୨୮ ପୋଲିଙ୍ଗ ଅଧିକାରୀ ଓ ୫୬ ଜଣ ଅଧିକାରୀ ସଂରକ୍ଷିତ ରହିଛନ୍ତି। ଭବାନୀପାଟଣା ପୌରପରିଷ ନିର୍ବାଚନକକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୋଟରେ ୫୮ ଗୋଟି ବୁଥ୍, କେସିଙ୍ଗା ପାଇଁ ୧୭ ଟି ବୁଥ୍, ଜୁନାଗଡରେ ୧୮ ଗୋଟି ବୁଥ୍ ଓ ଧର୍ମଗଡରେ ୧୪ ଟି ବୁଥ୍ ଗଠନ କରାଯାଇଛି, ସୂଚନାରୁ ଜଣାପଡେ ଯେ, ଭବାନୀପାଟଣା ମ୍ଯୁନିସିପାଲିଟି ଅଞ୍ଚଳରେ ମୋଟ ଭୋଟର ସଂଖ୍ୟା ୫୭.୭୧୧ ଅଛନ୍ତି ପୁରୁଷ ଭୋଟର ୨୮.୯୮୧ ଓ ମହିଳା ଭୋଟର ୨୮.୭୨୩ ଓ ଟ୍ରାନ୍ସ ୭ ଭୋଟର ରହିଥିବା ଜଣାଯାଏ।

ସେହିପରି  ଜୁନାଗଡ ଏନଏସି ନିର୍ବାଚନରେ ସର୍ବମୋଟ ଭୋଟର ୧୪.୭୪୩ ଜଣ, ପୁରୁଷ ଭୋଟର ୭୪୯୬, ମହିଳା ଭୋଟର ୭୨୪୭ ଜଣ, ରହିଛନ୍ତି।କେସିଙ୍ଗା ଏନଏସିରେ ସର୍ବମୋଟ ଭୋଟରଙ୍କ ସଂଖ୍ୟା ୧୪.୨୦୫, ପୁରୁଷ ଭୋଟର ୭୧୬୩ ଓ ମହିଳା ଭୋଟର ୭୦୪୧ ରହିଛନ୍ତି।

ଅନ୍ୟ ପଟେ ଧର୍ମଗଡରେ ମୋଟ ଭୋଟର ୧୨.୫୫୧ ରହିଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୬୪୭୩ ଓ ମହିଳା ଭୋଟର ୬୦୭୮ ଜଣ ରହିଥିବା ଜଣାପଡିଛି। ତେବେ କଳାହାଣ୍ଡି ଜିଲ୍ଲାରେ ହେବାକୁଥିବା ପୌରପରିଷଦ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ଭୋଟର କାହାକୁ ଭୋଟଦେଇ ବିଜୟୀ କରିବେ ତାହା ଏବେ ଦେଖିବାକୁ ବାକି ରହିଲା। ମ ନି ସ 

Related posts

ଥୁଆମୂଳ ରାମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ଖଡ଼ିଆଳ ସିଡିପିଓ କାର୍ଯ୍ୟାଳୟ କୁ ୨୨ ଦଫା ଦାବୀ ନେଇ ଘେରିଲେ ଆଶା ଓ ଅଙ୍ଗନୱାଡି କର୍ମୀ

Sunil Chandra Nayak

ଗରିବ କିଡନୀ ରୋଗୀ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ପ୍ରଶାସନ ହସ୍ତକ୍ଷେପ କରିବା ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!