ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତା ଦେଖାଇଲେ ଔପଦା ବିଡିଓ

ମାନବିକତା ଦେଖାଇଲେ ଔପଦା ବିଡିଓ

ବାଲେଶ୍ଵର,୧୪/୯/୨୩ – ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଡ଼ିଓ ଅଭିଷେକ ଦାସ ଯେବେଠାରୁ ଔପଦା ବ୍ଲକରେ ଯୋଗ ଦେଲେଣି ସେବେଠାରୁ ଉକ୍ତ ବ୍ଲକର ଜନସାଧାରଣ ମାନଙ୍କୁ ସିଧା ସଳଖ ସାକ୍ଷାତ କରି ସେମାନଙ୍କର ସମସ୍ଯା ବୁଝି ସମାଧାନ କରିବାରେ ସକ୍ଷମ ହେଉଛନ୍ତି । ଯେଉଁଥିପାଇଁ ଲୋକ ମାନଙ୍କର ପ୍ରଂଶସାର ପାତ୍ର ସାଜିଛନ୍ତି । ତେଣୁ ନିକଟରେ ପଞ୍ଚଲିଙ୍ଗେଶ୍ୱର ଗ୍ରସ୍ତରେ ଯାଇଥିବାବେଳେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଦ୍ୱାରିକା ଗ୍ରାମର ଦିବ୍ୟାଙ୍ଗ ଜ୍ଯୋତ୍ସ୍ନାରାଣୀ ବାରିକ ପିଲାଟି ଦିନରୁ ଦିବ୍ୟାଙ୍ଗ, ତେଣୁ ସରକାର ଙ୍କର ଯୋଜନା ତାଙ୍କ ପାଖରେ ପହଞ୍ଚି ପାରୁନଥିଲା ଔପଦା ବିଡ଼ିଓ ଓ ଚେୟାରମ୍ୟାନ ପହଞ୍ଚି ଦିବ୍ୟାଙ୍ଗ ପରିବାର ବର୍ଗଙ୍କୁ ସାକ୍ଷାତ କରି ସମସ୍ଯା ପଚାରି ବୁଝି ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ । ତେଣୁ ବିଡ଼ିଓଙ୍କର ଅଚାନକ ଏହିପରି ଗ୍ରସ୍ତ ପାଇଁ ସାଧାରଣରେ ଖୁବ୍ ଚର୍ଚ୍ଚା ସହିତ ପ୍ରଂଶସା କରିଥିଲେ ଲୋକମାନେ । ବିଡିଓ ଓ ଚେୟାରମ୍ୟାନଙ୍କ ସହିତ ଶ୍ୟାମସୁନ୍ଦରପୁର ବିଜେଡି ସଭାପତି କପିଳ ସାମଲ, ୱାର୍ଡ ମେମ୍ବର ବାବୁଲି ବାରିକ ଓ ଶ୍ରୀନିବାସ ବାରିକ ପ୍ରମୁଖ ଅଂଚଳବାସି ଉପସ୍ଥିତ ଥିଲେ ଯାହା ସ୍ଥାନୀୟ ଅଞ୍ଚଳରୁ ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ବହୁଜନ ସମାଜ ପାର୍ଟି ତରଫରୁ ଆମ୍ବେଦକର ଜନ୍ମଜୟନ୍ତୀ ଅନୁଷ୍ଠିତ

masiha

ରାଜ ଯୋଗ ଦ୍ଵାରା ଚିନ୍ତା ମୁକ୍ତ ଜୀବନ ଓ ଶାନ୍ତି ର ଅନୁଭୂତି ପ୍ରାପ୍ତ ହୁଏ- ରାଜ ଯୋଗିନୀ ଉର୍ମିଳା ଦିଦି

Sunil Chandra Nayak

Leave a Comment

error: Content is protected !!