ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ମାଟିଘର ଭୁଷୁଡ଼ି ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ଜନ ପ୍ରତିନିଧି

ଲଗାଣ ବର୍ଷାରେ ମାଟିଘର ଭୁଷୁଡ଼ି ବ୍ୟକ୍ତିଙ୍କ ମ୍ରୁତ୍ୟୁ, ଘଟଣାସ୍ଥଳରେ ପହଞ୍ଚିଲେ ପୁଲିସ ଓ ଜନ ପ୍ରତିନିଧି

ଲାଞ୍ଜିଗଡ଼,୧୪/୦୯(ମନିସ)-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଜନଜୀବନ ବେହାଲ ହୋଇପଡ଼ିଥିବାବେଳେ ବିଶ୍ବନାଥପୁର ଥାନା ଡୁମେରମୁଣ୍ଡା ଗାଁରେ ମାଟିଘର ଭୁଷୁଡ଼ିପଡ଼ିବାରୁ ଘର ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମ୍ରୁତ୍ୟୁ ଘଟିଛି ! ବୁଧବାର ବିଳମ୍ବିତ ରାତିରେ ଡୁମେରମୁଣ୍ଡା ଗାଁର ଋଷିମଣି ସାହୁ (୪୫)ନାମକ ଜଣେ ବ୍ୟକ୍ତି ଶୋଇଥିବାବେଳେ ମାଟିଘର ତାଙ୍କ ଉପରେ ଭୁଷୁଡ଼ି ପଡ଼ିଥିଲା ! ଫଳରେ ତଳେ ଚାପିହୋଇ ସେଠାରେ ତାଙ୍କର ମ୍ରୁତ୍ୟୁ ଘଟିଛି ! ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଭ୍ୟ ଅଜିତ ପ୍ରଧାନୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ ! ଏହାପରେ ବିଶ୍ବନାଥପୁର ପୁଲିସ ପକ୍ଷରୁ ଏଏସ୍ଆଇ ବୁଦ୍ଧେଶ୍ବର ମାଝୀ, ବୁଦ୍ଧିଶ୍ୟାମ ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଏକ ଅପମ୍ରୁତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ପୋଷଣ ପାଖତା-୨୦୨୩ର ଜିଲ୍ଲା ସ୍ତରୀୟ ପୁରଷ୍କାର ବିତରଣ ସମାରୋହ 

Sunil Chandra Nayak

ଭଗ୍ନ ଅବସ୍ଥାରେ କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ,ବାଜିରେ ଲାଗିଛି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଜୀବନ, ନିଦାବିଷ୍ଣୁ ଶିକ୍ଷା ବିଭାଗ

masiha

Leave a Comment

error: Content is protected !!