ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

ସ୍କୁଲ ଗେଟ ସମ୍ମୁଖରେ ଆଣ୍ଠୁଏ ପାଣି ଯାତାୟାତ ଠପ ଛାତ୍ରଛାତ୍ରୀ ହଟ ହଟା 

ଜୁନାଗଡ଼ ୩୦/୭ ( ମନୀସ) ଗତ କିଛିଦିନ ଧରି ଲାଗିରହିଥିବା ଲଘୁଚାପଜନିତ ପ୍ରବଳ ବର୍ଷାରେ ଚିଲିଗୁଡା ପିଡବ୍ଲୁଡି ମୁଖ୍ୟ ରାସ୍ତାରୁ ଗୋନ୍ତିଆ ପଡା ପ୍ରଯ୍ୟନ୍ତ ରାସ୍ତା ଶୋଚନୀୟ ଅବସ୍ଥାରେ ପଡିରହିଛି ।ରାସ୍ତା ମଝି ମଝିରେ ବଡ଼ ବଡ଼ ଖାଲ ରହିଥିବା ଯୋଗୁଁ ବର୍ଷା ପାଣି ଜମିକି ରହୁଛି ।ଫଳରେ ସ୍କୁଲ ଗେଟଦେଇ ଛାତ୍ରଛାତ୍ରୀ ମାନେ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।ବର୍ଷା ପାଣି ନିଷ୍କାସନ ନ ହେବାରୁ ମହିଳାମାନେ ମଧ୍ୟ ପିଇବା ପାଣି ଆଣିବାରେ ବାଧା ସୃଷ୍ଟି ହେଉଛି ।ପ୍ରାୟ ୩୦୦ ମିଟର ରାସ୍ତା କାଦୁଅ ଭରପୁର ସହ ଖାଲ ଖମ। ରହିଛି ।ଯାହା ଫଳରେ ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ଦେଖା ଦେଇଛି ।ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକେ ଯିବା ଆସିବା କରୁଛନ୍ତି ।ହେଲେ ବିଭାଗ ଏ ଦିଗରେ ଧ୍ୟାନ ଦେଉ ନାହିଁ ।ଯାହା ଫଳରେ ପ୍ରତି ବର୍ଷ ବର୍ଷା ଋତୁରେ ଲୋକେ ଅସୁବିଧା ଭୋଗୁଛନ୍ତି । ଛାତ୍ରଛାତ୍ରୀ ଏବଂ ଲୋକଙ୍କ ସୁବିଧା ପାଇ ତୁରନ୍ତ ଏହି ରାସ୍ତାର ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୋଲିସ ଡିଜି ଙ୍କ ନୂଆପଡା ଗସ୍ତ

masiha

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

masiha

ପେଙ୍ଗୁଇନ ଖଣି କମ୍ପାନୀର ରାଇକଳା (କୋଇଡା) ଖଣି ଠିକାଦାର ମାନଙ୍କ ଦ୍ବାରା ଶ୍ରମିକ ଶୋଷଣ ଓ ତ୍ରିପାକ୍ଷୀୟ ଚୁକ୍ତିନାମା ଲାଗୁ ନ କରିବା ପ୍ରତିବାଦରେ କେନ୍ଦ୍ରୀୟ ଆଂଚଳିକ ଶ୍ରମ କମିଶନର, ସେକ୍ଟର-୫ , ରାଉରକେଲା କାର୍ଯ୍ୟାଳୟରେ ଏଆଇଟିୟୁସିର ଧାରଣା

masiha

Leave a Comment

error: Content is protected !!