ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

ବାଜିଲା ବିଗୁଲ “ଚଇତି”ର, ଦେବଗିରି ଶୈବପୀଠରୁ ହେଲା ଚଇତିର ଶୁଭାରମ୍ଭ

ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି “ଚଇତି “- ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସlରକା 

ରାୟଗଡା/୨/୧୨/୨୩ : ବାଜିଲା ବିଗୁଲ “ଚଇତି”ର ଚଳଚଞ୍ଚଳ ହୋଇ ଉଠିଲା ଆଦିବାସୀ ବହୁଳ ରାୟଗଡା ଜିଲ୍ଲା | ଆଜି କଲ୍ୟାଣସିଂପୁର ବ୍ଲକ ନିୟମଗିରି ପାହାଡ଼ ପାଦ ଦେଶର ପ୍ରସିଦ୍ଧ ଦେବଗିରି ଶୈବ ପୀଠରୁ ରାୟଗଡା ଜିଲ୍ଳାର ଲୋକ ମହୋତ୍ସବ “ଚଇତି ଓ ପଲ୍ଳିଶ୍ରୀ ମେଳା-୨୦୨୩”ର ଶୁଭାରମ୍ଭ ଓ କଲ୍ୟାଣ ସିଂପୁର ବ୍ଲକ ଚଇତି ୨୦୨୩ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ନୃତ୍ୟ,ଗୀତ ସହ ବାଜାର ତାଳେ ତାଳେ ଢେମସା, ସଂର୍କିତନ, ଆଦିବାସୀ ନୃତ୍ୟ ମଧ୍ୟରେ ହଜାର ହଜାର ଲୋକଙ୍କ ଗହଳରେ ଚଇତି-୨୦୨୩ର ଶୁଭାରମ୍ଭ ହୋଇଛି । ଏଥିରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାଶ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଉପାଧ୍ୟକ୍ଷ ବନମାଳୀ କାଡ୍ରକା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି,ଉପାଧ୍ୟକ୍ଷ ସନ୍ତୋଷ ସୁନା,ଆମ ଓଡିଶା ନବୀନ ଓଡିଶା ସଂଯୋଜକ ପି. ଗୌରୀ ଶଙ୍କର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଉପଜିଲ୍ଲାପାଳ ରାୟଗଡା କଲ୍ୟାଣୀ ସଂଘମିତ୍ରା ଦେବୀ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର,ପିଏ ଆଇଟିଡିଏ ଦିଲ୍ଲୀପ ବେହେରା, ଶାନ୍ତିପ୍ରଭା ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜଳ ବିଭାଜିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଗ,କଲ୍ୟାଣସିଙ୍ଗପୁର ବିଡ଼ିଓ ରାଜୀବ ଦାସ, ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପସଭାପତି ସନ୍ତୋଷ ବଛାଙ୍କ ସମେତ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟାକ୍ଷା,ବିଡ଼ିଓ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଏହି ଅବସରରେ   ରାୟଗଡା ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିପାରିଛି “ଚଇତି ” ବୋଲି ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଥିଲେ | ଦେବଗିରି ଶୈବ ପୀଠରେ ଅତିରିକ୍ତ ଜିଲ୍ଳାପାଳ ତଥା ଚଇତି ଉତ୍ସବ କମିଟି ଆବାହକ ଭାସ୍କର ରଇତ କର୍ତା ଭାବେ ପୂଜାର୍ଚ୍ଚନା କରିବା ପରେ ଆଞାମାଳ ସହ ଦେବଗିରି ପାହାଡ଼ ଉପରେ ଥିବା ଗଙ୍ଗା ଯମୁନା ଜଳ କୁଣ୍ଡରୁ ପବିତ୍ର ଜଳ ଜିଲ୍ଲାର ୧୧ଟି ବ୍ଲକ ଓ ଗୋଟିଏ ଜିଲ୍ଲା ସଂସ୍କୃତି ପରିଷଦ ପାଇଁ ମୋଟ ୧୨ଟି ଚଇତି କଳସରେ ଅଣାଯାଇଥିଲା । ଚଇତିର ସଫଳତା ଓ ଶୁଭ କାମନା ନେଇ କଲ୍ୟାଣୀ, ନାଗାବଳି ନଦୀ ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିରରେ ଅତିଥିମାନେ ପୂଜାପାଠ କରିଥିଲେ । କଳସ ପୂଜା ଅନୁଷ୍ଠିତ ହେବା ପରେ କଳସ ଯାତ୍ରାରେ ନଗର ପରିକ୍ରମା କରାଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଅନୁଷ୍ଠିତ ସଭା ସ୍ଥଳରେ ପହଞ୍ଚିଥିଲା | ସେଠାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ | ଦୀପ ପ୍ରଜ୍ବଳନ ପୂର୍ବକ ସ୍ୱାଗତ ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଅତିଥିମାନେ ଜିଲ୍ଳାର କଳା,ସଂସ୍କୃତି, ପରମ୍ପରା,ଐତିହ୍ୟର ମହାକୁମ୍ଭ ଚଇତି -୨୦୨୩ ଚଳିତ ମାସ ଡିସେମ୍ବର ୨୬ ତାରିଖରୁ ୩୦ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଠିତ ହେଉଥିବାରୁ ସମସ୍ତେ ଆନନ୍ଦ ଉଲ୍ଳାସର ସହ ପାଳନ କରିବାକୁ କହିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ଚଇତି ପୋଷ୍ଟର ଉନ୍ନ୍ମୋଚନ କରାଯିବା ସହ ପ୍ରଚାର ପ୍ରସାର ପାଇଁ ଚଇତି ରଥକୁ ଶୁଭାରମ୍ଭ କରାଯାଇଥିଲା | ସଭାସ୍ଥଳରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭାଗୀୟ ଯୋଜନାର ସଚେତନତା ପାଇ ଷ୍ଟଲମାନ ଖୋଲାଯାଇଥିଲା | କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଡ଼ଃ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗୋପୀନାଥ ପରିଛା ମଞ୍ଚ ସଂଯୋଜନା କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନ୍ଧାନ ଓ କୁଇ ଭାଷା ଉପରେ ବୈଠକ

Sunil Chandra Nayak

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

ଚାନ୍ଦି ବାଉଁଶମୂଳ ପଂଚାୟତ ରେ ମାଆ ନିମ ନାହାକାଣୀଙ୍କ ନୂତନ ଗାଦି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!