ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ପଶୁ ଚିକିତ୍ସକଙ୍କର ପରଲୋକ 

ବିଶିଷ୍ଟ ପଶୁ ଚିକିତ୍ସକଙ୍କର ପରଲୋକ 

ଢେଙ୍କାନାଳ ( ମ ସୀ ହା)୧୪/୦୯ // ଆଜି ପୂର୍ବାହ୍ନ ୮ଘଟିକା ସମୟରେ ହିନ୍ଦୋଳ ବେଡ଼ାପଡ଼ା ଗ୍ରାମର ବିଶିଷ୍ଟ ପଶୁ ଚକିତ୍ସକ ନରେଶ ଚନ୍ଦ୍ର ସାମଲଙ୍କ ଜ୍ୟେଷ୍ଠପୁତ୍ର ନିର୍ମଳ ସାମଲଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କର ଜ୍ୟେଷ୍ଠପୁତ୍ର,ପୁତ୍ରବଧୂ ପବିତ୍ରା ଦାସ,କନିଷ୍ଠ ପୁତ୍ର ନିଖିଲ ସାମଲ, ପୁତ୍ରବଧୂ ଶାରଦା ଦାସ,ଏକମାତ୍ର କନ୍ୟା ନିୟତି ସାମଲ ଓ ଜୋଇଁ ସଞ୍ଜୀବ ଜେନା ପ୍ରମୁଖ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ,ଅତ୍ୟନ୍ତ ସଦଗୁଣଧାରୀ, ଅମାୟିକ,ମିଷ୍ଠ ଭାଷୀ,ସ୍ନେହୀ, ପରୋପକାରୀ, ଧର୍ମପରାୟଣ ଓ ସର୍ବଜନାଦୃତ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ପରଲୋକରେ ତାଙ୍କର ଏକମାତ୍ର ଶାଳକ କିଶୋର ଚନ୍ଦ୍ର ସାମଲ,ବରିଷ୍ଠ ହିନ୍ଦୀ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ଵାଳ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବରିଷ୍ଠ କାର୍ଯ୍ୟାଳୟ ସହାୟକ ପ୍ରଫୁଲ୍ଲ କୁମାର ବିଶ୍ଵାଳଙ୍କ ସମେତ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସମସ୍ତ କର୍ମଚାରୀ ବୃନ୍ଦ ,ସମସ୍ତ ପରିବାରର ସଦସ୍ୟ,ସଦସ୍ୟା ବୃନ୍ଦ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ହିନ୍ଦୋଳ ତଥା ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳିଯାଇଛି।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଆଦିବାସୀ ସମାଜକୁ ଅପମାନଜନକ ମନ୍ତବ୍ୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

Sunil Chandra Nayak

ଶ୍ରମିକ ଙ୍କ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା କରିବାକୁ ସି ଆଇ ଟି ୟୁ ର ଦାବି, ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ

Sunil Chandra Nayak

ସାପୁଆ ନଦୀର ପୁନରୁଦ୍ଧାର କେବେ ?

Sunil Chandra Nayak

Leave a Comment

error: Content is protected !!