ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତୃତୀୟ ଦିନରେ ,କର୍ଲାମୁଣ୍ଡା ବ୍ଳକ ର ୨୪୧ ଶିକ୍ଷକଙ୍କ ସାମୁହିକ ଛୁଟି ଓ ଗଣଧାରଣା

ତୃତୀୟ ଦିନରେ ,କର୍ଲାମୁଣ୍ଡା ବ୍ଳକ ର ୨୪୧ ଶିକ୍ଷକଙ୍କ ସାମୁହିକ ଛୁଟି ଓ ଗଣଧାରଣା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସାମୁହିକ ଛୁଟି ନେବା ଦ୍ୱାରା ବ୍ଳକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଗୁଡିକ ବନ୍ଦ ରହିଛି । ଫଳରେ ବୁଧବାର ଛାତ୍ରୀ/ଛାତ୍ର ମାନେ ନିରାଶ ରେ ନିଜ ନିଜ ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ଗତ ବୁଧବାର ଠାରୁ ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ବ୍ଳକ ୨୪୧ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବୁ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଓ ସମ୍ପାଦକ ସୁଦର୍ଶନ ସାହୁ କହିଛନ୍ତି। ତେବେ ଦାବି ଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତିପ୍ରଥା ବନ୍ଦକରି ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ କ୍ୟଡର୍ଭୁକ୍ତ କରିବା ସହିତ କନିଷ୍ଠ ଶିକ୍ଷକ, କଳାଶିକ୍ଷକ, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ (୪୨୦୦ଗ୍ରେଡପେ) ପ୍ରଦାନକରିବା, ନୂତନପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପ୍ରମୁଖ ଦାବି ଗୁଡ଼ିକ ରହିଛି। ଅନ୍ୟ ପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମୁହିକ ଛୁଟି ରହିବା ଦ୍ୱାରା ଛାତ୍ରୀ/ଛାତ୍ର ଙ୍କ ପାଠ ପଢା ସହିତ ମଧ୍ୟନ୍ହ ଭୋଜନ ବ୍ୟବସ୍ଥା ଠପ୍ ହୋଇଯିବ। ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ର ନିର୍ଦେଶ କ୍ରମେ କର୍ଲାମୁଣ୍ଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ମୟୂରଭଞ୍ଜକୁ ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

Sunil Chandra Nayak

Leave a Comment

error: Content is protected !!