ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତ ଗଜବାହାଲ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ଶିକ୍ଷା ବିଭାଗ ର ଆୟୋଜନରେ ବ୍ଳକ ସ୍ତରୀୟ ଶୀତକାଳୀନ କ୍ରୀଡା ପ୍ରତିଯୋଗିତା ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମ ଚନ୍ଦ୍ର ସା, ସମ୍ମାନିତ ଅତିଥି ଭାବେ ଏବିଇଓ ଗୋପମଣି ସାହୁ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରୋହିତ କୁମାର ରଣା, କୃପାନିଧି ପୁଟେଲ ପ୍ରମୁଖ ଯୋଗ ଦେଇ ଥିବା ବେଳେ ସହକାରୀ ଶିକ୍ଷକ ସୌଭାଗ୍ୟ କୁମାର ସାହୁ ସଂଯୋଜନା କରିଥିଲେ। ଏଠାରେ ବ୍ଳକ ବିଭିନ୍ନ ହାଇସ୍କୁଲ ର ଖେଳ ଶିକ୍ଷକ ମାନ ଯୋଗ ଦେଇ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଖୋ ଖୋ, କବାଡି, ଫୁଟବଲ ପ୍ରତିଯୋଗିତା ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉତ୍କଳ ଆଲୁମିନା ଦ୍ଵାରା ସହଭାଗୀ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

masiha

ବିଦେଶରେ ନବରଙ୍ଗପୁର ଜିଲ୍ଲାର ବାପା ପୁଅଙ୍କୁ ସ୍ଵର୍ଣ ପଦକ

Sunil Chandra Nayak

କଳାହାଣ୍ଡି କପ୍ ନିମନ୍ତେ ଜିଲ୍ଲା କ୍ରିକେଟ ଦଳ ଘୋଷଣା

masiha

Leave a Comment

error: Content is protected !!