ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବିଜୁ ଶ୍ରମିକ ସମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ନିଯୁକ୍ତି

ଅଭିନନ୍ଦନ ଜଣାଇଲେ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ଓ ଆଦିବାସୀ ସଂଘ 

ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଭାବରେ ବିଶିଷ୍ଟ ଶ୍ରମିକ ନେତା,ଆଦିବାସୀ ନେତା ତଥା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନିଯୁକ୍ତି କରିଥିବାରୁ ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରମିକ ନେତା ସାଂସଦ ଶ୍ରୀ ବିଶି ପଶ୍ଚିମାଞ୍ଚଲ ବିଜୁଳି ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ଥିବା ବେଳେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଏକତା ମଞ୍ଚ ର କାର୍ଯ୍ୟକାରୀ ସଭାପତି, ୱେସ୍କୋ ଏସ.ଟି/ ଏସ.ସି କର୍ମଚାରୀ ସଂଘର ସଭାପତି, ପଶ୍ଚିମାଞ୍ଚଲ କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି, ଟ୍ରେଡ଼ ୟୁନିଅନ ଏଣ୍ଡ ଆସୋସିଏସନର ସାଧାରଣ ସମ୍ପାଦକ ତଥା ବିଭିନ୍ନ ଶ୍ରମିକ କର୍ମଚାରୀ ସଂଗଠନ ମାନଙ୍କରେ ନେତୃତ୍ୱ ନେଉଛନ୍ତି l ଏହି ନୁଆଁ ନିଯୁକ୍ତି ଦ୍ୱାରା ସଂଗଠିତ ଶ୍ରମିକ ଶ୍ରେଣୀ, ଅଣ ସଂଗଠିତ ଶ୍ରମିକ ଗୋଷ୍ଠୀ, କର୍ମଚାରୀ, ମଜଦୁର ମାନଙ୍କ କଲ୍ୟାଣ ପାଇଁ ବିଶେଷ ଫଳପ୍ରଦ ହେବ ବୋଳି ଶ୍ରମିକ ସଂଗଠନ ଗୁଡିକ ଆଶା ପ୍ରକାଶ କରିଛନ୍ତି l ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ସଂଗ୍ରାମ କରି ଆସୁଥିବା ଶ୍ରମିକ ନେତା ନିରଞ୍ଜନ ବିଶି ଙ୍କୁ ରାଜ୍ୟରେ ଶ୍ରମିକ କର୍ମଚାରୀ ମାନଙ୍କ ବିକାଶ ପାଇଁ କେନ୍ଦ୍ରୀୟ ସଂଯୋଜକ କରିଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳିଯାଇଛି l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ପି ଆଇ କଲେଜ ର ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଘାଟିତ

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୮ ଟି ଅଭିଯୋଗର ଶୁଣାଣି 

masiha

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ଉତ୍ସବ,ୱାକାଥନ୍, ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ

masiha

Leave a Comment

error: Content is protected !!