ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

ନବମ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ।ଧାରଣାରେ ସାମିଲହେଲେ ଗୋଲାମୁଣ୍ଡାବାସୀ

ମାଁ ଓ ମାତୃଭୂମି ର ରକ୍ଷା ପାଇଁ ପ୍ରାଣବଳି ଦେବୁ : ପୂର୍ବ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର

ଜୁନାଗଡ଼:୧୭/୯(ମ ନି ସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଧାରଣା ନବମ ଦିନରେ ପହଞ୍ଚିଛି । ଆଜିର ଧାରଣାରେ ଜୁନାଗଡ଼କୁ ସମର୍ଥନ କରି ଗୋଲାମୁଣ୍ଡା ବ୍ଲକର ପୂର୍ବ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ଓ ଅନେକ ଗୋଲାମୁଣ୍ଡାବାସୀ ଏହି ଧାରଣାରେ ସାମିଲ ହୋଇଥିଲେ । ସେହିଭଳି ଏହାକୁ ସମର୍ଥନ କରି ଜୁନାଗଡ଼ ର ବାବା ମୁକ୍ତେଶ୍ଵର ଲେବର ସଙ୍ଘ ମଧ୍ୟ ଧରଣାରେ ସାମିଲ ହୋଇଥିଲେ । ଜୁନାଗଡ଼ ହେଉଛି ଆମ ମାଁ ଏବଂ ଜୁନାଗଡ଼ମାଟି ହେଉଛି ଆମ ମାତୃଭୂମି । ମାଁ ଓ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳି ଦେବୁ ପଛେ ପଛଘୁଞ୍ଚା ଦେବୁ ନାହିଁ ,ଯେତେଦିନ ପର୍ଯ୍ୟନ୍ତ ସରକାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ନ ଦେଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଗୋଲାମୁଣ୍ଡାବାସୀ ଜୁନାଗଡ଼ ବାସୀଙ୍କ ସହିତ ହାତରେ ହାତ ମିଶାଇ ଅହରହ ଆନ୍ଦୋଳନ କରିବ ବୋଲି ବିକ୍ଷୋଭକାରୀ ମାନେ ଉଦବୋଧନ ଦେଇଥିଲେ । ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଏନଏସି ଅଧ୍ୟକ୍ଷ ମୂକେଶ କୁମାର ଅଗ୍ରୱାଲଙ୍କ ଆବାହକତ୍ୱରେ ପ୍ରକାଶ ନିଆଲ ସଭାପତିତ୍ୱ କରିଥିଲେ । ଏହି ବିକ୍ଷୋଭ ସଭାରେ ଗୋଲାମୁଣ୍ଡା ବ୍ଲକଏ ପୂର୍ବ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ପୂର୍ବତନ ଖମାରହଳଦୀ ସରପଞ୍ଚ ଥବିର ନାଏକ, ବୋରଗୁଡା ପୂର୍ବ ସମିତିସଭ୍ୟ ତ୍ରିଲୋଚନ ମଶ୍ରା,ଅକୁର ଗହୀର, ମୁନା କାଣ୍ଡ, ଦୟା ଜାନି, ଦେବେନ୍ଦ୍ର ମେହେର, କ୍ଷୀରସିନ୍ଧୁ ଟାକରି,ପରମେଶ୍ୱର ମୋଟେଲ, ପ୍ରଶାନ୍ତ ନାଏକ, ସାହେବ ଛତ୍ରିଆ, ନରେନ୍ଦ୍ର ଖିତି,ଦାମୋଦର ବେହେରା, ଅଜୟ ଦାସ,ଖଗେଶ୍ବର ଧଙ୍ଗଡାମାଝୀ,ନରେନ୍ଦ୍ର ଭାଟି, ବାଲାଜି ଯାଦବ, ହେମନ୍ତ ନାଏକ, ନବକିଶୋର ଦଣ୍ଡସେନା, ଦାମ ମାଝୀ, ଲକ୍ଷ୍ମଣ ଖରସେଲ, ଉମା ନାଗ, ଦାମୋଦର ରଣା, ଗୌରାଙ୍ଗ ଚନ୍ଦନ, ରସାନ୍ଦୁ କୁମାର, ଚକ୍ର ଭଣ୍ଡାରଘରିଆ, ଶମ୍ଭୁ ବାଗ, ଦୈତାରି ରଣା, ହେମନ୍ତ ମହାଳିକ, ଅବିନାଶ ବେମାଲ, ଲିଙ୍ଗରାଜ ମାଝୀ, କୁଳମଣି ବିଶ୍ବାଳ,ପ୍ରକାଶ ନିଆଲ ପ୍ରମୁଖ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ସମ୍ପାଦକ ସନ୍ତୋଷ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବୃକ୍ଷରୋପଣ ଓ କର୍ମଶାଳା ଆୟୋଜିତ

Sunil Chandra Nayak

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

masiha

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ 

Leave a Comment

error: Content is protected !!