ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ    

 ଡାବୁଗାଁ,୧୭/୯ (ମ.ନି.ସ.)- ରବିବାର ଡାବୁଗାଁ ସଦର ମହକୁମା ସ୍ଥିତ ସାଉଥକୋ ଅଫିସ, ବ୍ଲକ କାର୍ଯ୍ୟ|ଳୟ, ଓଡିଶା ବିହନ ନିଗମ ପ୍ଳାଣ୍ଟ ଓ ବିଭିନ୍ନ ବେସରକାରି ଅନୁଷ୍ଠାନ ରେ ପ୍ରଭୁ ବିଶ୍ଵକର୍ମାଙ୍କୁ ପୁଜା ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟୁତ ବିଭାଗ କାର୍ଯ୍ୟ|ଳୟ ଠାରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଭୁ ବିଶ୍ଵକର୍ମାଙ୍କ ମୂର୍ତି ସ୍ଥାପନ କରି ବହୁ ଧୁମ୍ ଧାମ୍ ରେ ପାଳନ କରିଛନ୍ତି | ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ | ଏହି ପୂଜା ମଣ୍ଡପ ଗୁଡିକରେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ପଡୁଛି | ସନ୍ଧ୍ୟାରେ ବିଶ୍ଵକର୍ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ସାଉଥକୋ କାର୍ଯ୍ୟ|ଳୟ ରେ ହୋଇ ଥିବା ମୂର୍ତ୍ତୀ, ସାଜ ସଜା ବହୁତ ଆକର୍ଷଣୀୟ ହୋଇଥିଲା | ଏଠାରେ ମଧ୍ୟାନ୍ନ ରେ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା | ଏଥିରେ ବିଦ୍ୟୁତ ବିଭାଗ ଲାଇନମ୍ୟାନ ମଞ୍ଜୁଳ କୁମାର ସେଠୀ, ପ୍ରବୀଣ କୁମାର ସାହୁ ଓ ଉତ୍ତମ ଦାସ ପ୍ରମୁଖ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

ଓଡ଼ିଆଙ୍କ ଅନ୍ୟତମ ଗଣପର୍ବ ଅଗ୍ନି ଉତ୍ସବ

Sunil Chandra Nayak

ମା ସମଲେଶ୍ବରୀ ଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା

Sunil Chandra Nayak

Leave a Comment

error: Content is protected !!