ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଲଡ଼ିହା ଗ୍ରାମର ନୂତନ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

କୁଲଡ଼ିହା ଗ୍ରାମର ନୂତନ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ 

 ମୟୂରଭଞ୍ଜ – ୨୯/୦୪ // ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଜୟପୁର ପଞ୍ଚାୟତ ଅନ୍ତର୍ଗତ କୁଲଡ଼ିହା ଗ୍ରାମର ପୂର୍ବ ପୁରୁଷ ଆଧ୍ଯାତ୍ମ ଶୈବ ଭକ୍ତମାନେ ବାବା କାଲେଶ୍ବର ଶିବ ଲିଙ୍ଗ ଆଣି ଚାଳଛପର ଘରେ ଆଣି ପୂଜା କରୁଥିଲେ ।ପରେ ବାବା ବାଲେଶ୍ବର ଜନୈକ ଶିବ ଭକ୍ତଙ୍କୁ ସ୍ୱପ୍ନାଦେଶ କରିଥିଲେ ମୁଁ ଏହି ଗପର ଘରେ ରହିବି ନାହିଁ ।ପରେ ବାବା ଏକ ଗଛମୂଳରେ ଦିର୍ଘ ବର୍ଷ ଧରି ପୂଜା କରି ଆସୁଥିଲେ ।ଏହାକୁ ନେଇ କୁଲଡ଼ିହା ଗ୍ରାମର ସମେତ ଆଖପାଖ ଗାଁ ର ଶୈବ ଭକ୍ତମାନେ ବାବାଙ୍କୁ ଗଛମୂଳରେ ନ ରଖି ଏକ ନୂତନ ମନ୍ଦିର କରି ସେଠାରେ ପୂଜା କରିବେ ବୋଲି ଶପଥ ନେଇଥିଲେ ।ବହୁ ଆର୍ଥିକ ପରିସ୍ଥିତି କୁ ସାମ୍ନା କରି ଗ୍ରାମବାସୀ ଓ ଆଖପାଖ ଶିବପୂଜକମାନେ ଅର୍ଥା ଦାନ କରି ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ।ଏପ୍ରିଲ ୨୬ ତାରିଖ ଦିନ ମନ୍ଦିରରେ ରତ୍ନମୁଦ କାର୍ଯ୍ୟ ହୋଇଥିଲା ।୨୮ ତାରିଖ ଦିନ ଅର୍ଶ ଯାତ୍ରା,ଠାକୁର ଶୟନ, ଯଜ୍ଞ ମଣ୍ଡପ,ମାର୍ଜନା ଏବଂ ଯଜ୍ଞ ଆରମ୍ଭ ହୋଇଥିଲା ।୨୯ ତାରିଖ ଦିନ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ଯଜ୍ଞ, ଠାକୁରଙ୍କର ମହାସ୍ନାନ,ମହାଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇଛି । କର୍ତା ଭାବରେ ଅଧ୍ୟାପକ ଅଜୟ ଗିରି ଏବଂ ତାଙ୍କ ସହଧର୍ମିଣୀ ସୁଭାଷିନୀ ଗିରି ଦାୟିତ୍ଵ ନିଭାଉଥିବାବେଳେ ଶ୍ରୀ ଶ୍ରୀ ବାବା କାଲେଶ୍ବର ମନ୍ଦିର ପୂଜକ ଲକ୍ଷ୍ମୀକାନ୍ତ ତ୍ରୀପାଠୀ ଙ୍କ ସମେତ ତାଙ୍କ ୬ ଜଣ ସହଯୋଗୀଙ୍କ ଦ୍ବାରା ଠାକୁରଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି ।ବୁଧବାର ଦିନ ଗୋପୂଜା, ଯଜ୍ଞ, ସର୍ବସାଧାରଣଙ୍କ ବାବାଙ୍କ ଦର୍ଶନ ଓ ଅପରାହ୍ନ ୫ ଠାରେ ପୁର୍ଣାହୁତି,ମହାଆଳତି ଓ ସର୍ବସାଧାରଣଙ୍କ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ସବୁଦିନ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯିବଖ ବ୍ୟବସ୍ଥା କରାଯାଇଛି ।କୁଲଡିହା ଗ୍ରାମ ସମେତ ଆଖପାଖ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆସି ବାବାଙ୍କ ପୂଜାର୍ଚ୍ଚନା କରିବା ସହ‌ ଦର୍ଶନ କରି ଆଶୀର୍ବାଦ ନେଉଛି । ସମଗ୍ର କୁଲଡ଼ିହା ଅଂଚଳ ଏକ ଶିବମୟ ପରିବେଶ ହୋଇ ଉଠିଛି ।ହର ହର ମହାଦେବ, ଓମ୍ ନମ୍ଃ ଶିବାୟ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ ।କମିଟି ତରଫରୁ ଅଂଚଳ ବାସୀଙ୍କୁ ବିନମ୍ର ଅନୁରୋଧ କରାଯାଉଛି କି ସମସ୍ତେ ଆସି ଶିବ ମନ୍ଦିର ଓ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନିଅନ୍ତୁ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପବିତ୍ର ଜନ୍ମାଷ୍ଟମୀରେ ରାଜନଗର ଅଞ୍ଚଳ କୃଷ୍ଣମୟ,ଆଜି ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ଅନୁଷ୍ଠିତ

masiha

ବଳରାମଙ୍କ ଚନ୍ଦନ ଲାଗି ବେଶ ଚାଲୁରହିଛି 

Sunil Chandra Nayak

ଅଗ୍ନିଗଙ୍ଗାମାଙ୍କ ଦୁଇ ମନ୍ଦିର ହୁଣ୍ଡିରୁ ବାହାରିଲା ୨୧,୫୯,୭୭୭ ଟଙ୍କା

Sunil Chandra Nayak

Leave a Comment

error: Content is protected !!