ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ଡାବୁଗାଁ, ୧୮/୯ (ମ.ନି.ସ.)- ରାତି ପାହିଲେ ଗଣେଶ ପୂଜା | ବିଦ୍ୟାଳୟ ପାଇଁ କେଉଁଠୁ ମୂର୍ତ୍ତି କିଣିବେ ଓ ସାଜସଜା କିପରି ହେବ ତାହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ସାଧାରଣତ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବା ବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ (ପୁରୁଣା) ରେ ୨ ଜଣ ଛାତ୍ର ନିଜ ହାତରେ ଗଢି ତୋଳିଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି | ୧୯ ତାରିଖ ଏହି ମୂର୍ତ୍ତି ବିଦ୍ୟାଳୟରେ ପୂଜା କରାଯିବ | ବଡଓଲମା ଆଶ୍ରମ ବିଦ୍ୟାଳୟର ୧୦ ଶ୍ରେଣୀର ଶଙ୍କର ଜାନୀ ଓ ଲକ୍ଷ୍ମୁ ଭତ୍ରା ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ | ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡା ଙ୍କୁ କହିଥିଲେ | ପିଲା ମାନଙ୍କ ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ଅନୁମତି ଦେଇଥିଲେ | ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ | ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ଶେଷ ପରେ ପ୍ରଧାନ ଶିକ୍ଷକ ଙ୍କୁ ରଙ୍ଗ ଆଣି ଦେବା ପାଇଁ କହିଥିଲେ | ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ର ମାନଙ୍କୁ ରଙ୍ଗ ଓ ତୁଳି ଯୋଗାଇ ଦେଇଥିଲେ | ମୂର୍ତ୍ତି ତିଆରି କରିବା ପାଇଁ ସେମାନଙ୍କର ମନରେ ଭରି ରହିଥିଲା ଭକ୍ତି ଭାବନା | କାରଣ ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ନ ଖାଇ ସଂପୂର୍ଣ୍ଣ ନିଷ୍ଠାର ସହ ରହିଥିବା କହିଥିଲେ | ଆଉ ଏହି ମୂର୍ତ୍ତି ତିଆରି ଯୋଗୁଁ ସେମାନଙ୍କ ପାଠପଢାରେ କୌଣସି ବ୍ୟାହତ ଘଟି ନାହିଁ | ସ୍କୁଲ ଛୁଟିପରେ ଅପରାହ୍ନ ୪ଟାରେ ସେମାନେ ନଖେଳି ମୂର୍ତ୍ତି ତିଆରି କରିଥିଲେ | ଏହି ଛାତ୍ର ମାନଙ୍କୁ ଅନ୍ୟ ଶ୍ରେଣୀର ଛାତ୍ରବୁଲୁ ମାଝି, ବସନ୍ତ ହରିଜନ, କମଳଦାସ ଭତ୍ରା କରିଥିଲେ | ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ | ଭବିଷ୍ୟତରେ ଜଣେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରମାନେ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଓ ସଫେଇ କାର୍ଯକ୍ରମ  

Sunil Chandra Nayak

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

masiha

ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!