ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ଡାବୁଗାଁ, ୧୮/୯ (ମ.ନି.ସ.)- ରାତି ପାହିଲେ ଗଣେଶ ପୂଜା | ବିଦ୍ୟାଳୟ ପାଇଁ କେଉଁଠୁ ମୂର୍ତ୍ତି କିଣିବେ ଓ ସାଜସଜା କିପରି ହେବ ତାହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ସାଧାରଣତ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବା ବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ (ପୁରୁଣା) ରେ ୨ ଜଣ ଛାତ୍ର ନିଜ ହାତରେ ଗଢି ତୋଳିଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି | ୧୯ ତାରିଖ ଏହି ମୂର୍ତ୍ତି ବିଦ୍ୟାଳୟରେ ପୂଜା କରାଯିବ | ବଡଓଲମା ଆଶ୍ରମ ବିଦ୍ୟାଳୟର ୧୦ ଶ୍ରେଣୀର ଶଙ୍କର ଜାନୀ ଓ ଲକ୍ଷ୍ମୁ ଭତ୍ରା ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ | ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ସଞ୍ଜୀବ ପଣ୍ଡା ଙ୍କୁ କହିଥିଲେ | ପିଲା ମାନଙ୍କ ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ଅନୁମତି ଦେଇଥିଲେ | ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ | ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ଶେଷ ପରେ ପ୍ରଧାନ ଶିକ୍ଷକ ଙ୍କୁ ରଙ୍ଗ ଆଣି ଦେବା ପାଇଁ କହିଥିଲେ | ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ର ମାନଙ୍କୁ ରଙ୍ଗ ଓ ତୁଳି ଯୋଗାଇ ଦେଇଥିଲେ | ମୂର୍ତ୍ତି ତିଆରି କରିବା ପାଇଁ ସେମାନଙ୍କର ମନରେ ଭରି ରହିଥିଲା ଭକ୍ତି ଭାବନା | କାରଣ ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ନ ଖାଇ ସଂପୂର୍ଣ୍ଣ ନିଷ୍ଠାର ସହ ରହିଥିବା କହିଥିଲେ | ଆଉ ଏହି ମୂର୍ତ୍ତି ତିଆରି ଯୋଗୁଁ ସେମାନଙ୍କ ପାଠପଢାରେ କୌଣସି ବ୍ୟାହତ ଘଟି ନାହିଁ | ସ୍କୁଲ ଛୁଟିପରେ ଅପରାହ୍ନ ୪ଟାରେ ସେମାନେ ନଖେଳି ମୂର୍ତ୍ତି ତିଆରି କରିଥିଲେ | ଏହି ଛାତ୍ର ମାନଙ୍କୁ ଅନ୍ୟ ଶ୍ରେଣୀର ଛାତ୍ରବୁଲୁ ମାଝି, ବସନ୍ତ ହରିଜନ, କମଳଦାସ ଭତ୍ରା କରିଥିଲେ | ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ | ଭବିଷ୍ୟତରେ ଜଣେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରମାନେ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ସମାଜ ଗଠନରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!