ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ କୁ ମିଳିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଦାନ

କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ କୁ ମିଳିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଦାନ

କଳାହାଣ୍ଡି ଜିଲ୍ଲା ହେଉଛି ପ୍ରକୃତି ର ବରଦାନ ରେ ଭରା ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନନ୍ୟ ମାଟି। ଜିଲ୍ଲାର କୋକସରା ବ୍ଲକ ରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ, ହେଲେ ପର୍ଯ୍ୟଟକ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆଢୁଆଳରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସ୍ଥାନ ଅବହେଳିତ ଓ ପର୍ଯ୍ୟଟକ ଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ତନ୍ମଧ୍ୟରୁ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କରକ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜଳ ପ୍ରପାତ କୁ ଲୋକ ଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କୁ ଅନେକ ସମୟରେ ଗଣମାଧ୍ୟମ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ କରକ ଜଳପ୍ରପାତ ର ସୌନ୍ଦର୍ଯ୍ୟ କରଣ ଓ ଉନ୍ନୟନ ପାଇଁ ଦାବି କରି ଆସୁଥିଲେ। ଏହାକୁ ନେଇ ଦୁଇ ନେତା ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ମଇ ୨୦ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ ୫ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ଆମପାଣି ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଆମପାଣି ର ପ୍ରସିଦ୍ଧ ବୁଢ଼ାରଜା ମନ୍ଦିର ଓ କରକ ଜଳପ୍ରପାତ ର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୫ଟି ସଚିବ ଭି କେ ପାଣ୍ଡିୟାନ ନିଜେ ଦେଇଥିବା ପ୍ରତିଶୃତି ରକ୍ଷା କରି କରକ ଜଳପ୍ରପାତର ଭିତ୍ତିଭୂମି ର ବିକାଶ ସହ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ପାଇଁ ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଥମ ପର୍ଯ୍ୟାୟର ଦେଇଛନ୍ତି। ଦର୍ଶନୀୟ ସ୍ଥାନକୁ ଯାଉଥିବା ରାସ୍ତାରେ ପୋଲ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୫ ଲକ୍ଷ ଟଙ୍କା ଦିଆଯାଇଥିବା ଜଣା ଯାଇଛି।

ଆଗକୁ ଏହି କରକ ଜଳପ୍ରପାତ ର ସୌନ୍ଦର୍ଯ୍ୟ କରଣ ଓ ଭିତ୍ତିଭୂମି ର ବିକାଶ ହେବ ଓ ରାଜ୍ୟ ତଥା ରାଜ୍ୟ ବାହାର ର ପର୍ଯ୍ୟଟକ ଙ୍କୁ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା କରକ ଜଳପ୍ରପାତ କୁଳୁକୁଳୁ ମୁଖରିତ ଝରଣା ଓ ଜଙ୍ଗଲ ର ସୁନ୍ଦର ସୁବୁଜିମା ପରିବେଶ ମଧ୍ୟରେ ବାନ୍ଧି ରଖିବ। କରକ ଜଳପ୍ରପାତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିବାରୁ ସ୍ଥାନୀୟ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ରାଜ୍ୟ ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ , ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ରୁକ୍ମଣୀ ବାଣୁଆ ସମେତ ଅଞ୍ଚଳ ର ଜନ ସାଧାରଣ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

କବିତା ପାଠୋତ୍ସବରେ ଯୋଗଦେଲେ ମୋ ଅନୁଷ୍ଠାନ ସଦସ୍ୟା

masiha

ଓଡିଶ ପଲ୍ଲୀ ତରଫରୁ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ତରଫରୁ ବାର୍ଷିକ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!