ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷାରେ ଭାଙ୍ଗିଲା ଗୁମାବାହାଲ ର ଠେଲକୋ ସାଗର

ଲଗାଣ ବର୍ଷାରେ ଭାଙ୍ଗିଲା ଗୁମାବାହାଲ ର ଠେଲକୋ ସାଗର

କଲମପୁର ତା ୨୧.୯ // ଗୁରୁବାର ଅପରାହ୍ନ ରେ ଲଗାଣ ବର୍ଷା ଯୋଗୁଁ ଗୁମାବାହାଲ ଗ୍ରାମର ଠେଲକୋ ସାଗର ବନ୍ଧ ଭାଙ୍ଗି ଯାଇଛି ଯା‌ହାରି ଫଳରେ ସାଗରର ତଳରେ ଥିବା ଓମ୍ ପ୍ରକାଶ ଶର୍ମା ଙ୍କ ସମେତ ଅନ୍ୟ ଚାଷୀଙ୍କ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହେଇଯାଇଛି। ଯେଉଁଥିପାଇଁ ପାଣି ଜମି ରହି ଚାଷ ଜମିର ଧାନ ସବୁ ପଚି ଯାଇ ନଷ୍ଟ ହେବାରେ ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ ଯେ ଠେଲକୋ ସାଗର ୧୮ ଏକର ବିଶିଷ୍ଟ। ଯାହା କଲମପୁର ପଞ୍ଚାୟତ ର ଅନ୍ୟ ଏକ ଆୟର ପନ୍ଥା। ଚାଷୀଙ୍କ ଆବଶ୍ୟକତା ସମୟରେ ଜଳସେଚନ ଯୋଗାଇବା ର କ୍ଷମତା ଥିବା ଏହି ସାଗର ଏବେ ପ୍ରଶାସନର ଦୃଷ୍ଟିଆଢୁଆଳରେ। ତେଣୁ ଏହାର ବିକାଶ ହେଇ ପାରୁନଥିବା ବେଳେ କିଛି ଲୋକ ଏବର ଦଖଲ କରିଚାଲିଛନ୍ତି। ଯେଉଁଥିପାଇଁ ସାଗରର ପରିମାଣ ହ୍ରାସ ହେବା ସହ ଜଳ ଧାରଣ କ୍ଷମତା କମିବାରେ ଲାଗିଛି। ବର୍ଷ ବର୍ଷ ଧରି ଏହି ସାଗରର ମରାମତି ଦିଗରେ ପଞ୍ଚାୟତ ଅଥବା ବ୍ଲକ୍ ପ୍ରଶାସନ ଗୁରୁତ୍ୱ ଦେଉନଥିବା ରୁ ଏକ ଜଳ ଉତ୍ସ ବିପର୍ଯ୍ୟସ୍ତ ହେବାରେ ଲାଗିଛି ।

ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସୁଭଦ୍ରା ଯୋଜନା ର ଦ୍ୱିତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପ୍ରହସନ ପାଲଟିଛି ଜନ ଶୁଣାଣି ଶିବିର, ଅନୁପସ୍ଥିତ ରହୁଛନ୍ତି ଅନେକ ବିଭାଗୀୟ ଅଧିକାରୀ

Sunil Chandra Nayak

ପରଜା ଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!