ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

ବାଲେଶ୍ଵର,୨୨/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରି ଶୁନ୍ୟବ୍ରହ୍ମ ଡ୍ରାଇଭର ସଂଘର ଗତକାଲି ଥିଲା ବାର୍ଷିକ ଉତ୍ସବ । ପ୍ରତ୍ୟେକ ବର୍ଷ ସଂଘ ତରଫରୁ ପବିତ୍ର ବିଶ୍ବକର୍ମା ପୂଜା ପାଳନ ହେଉଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସଂଘ ତରଫରୁ ଗରିବ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିରେ ସମାଜସେବୀ ତଥା ବିଜେଡି ନେତା ଶଶୀ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ ଆରମ୍ଭ କରିଥିଲେ । ପରେ ପରେ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଥିଲା । ଏ ଅଞ୍ଚଳର ଡ୍ରାଇଭର ଭାଇ ମାନଙ୍କ ସାହାଯ୍ୟ ଓ ସହଯୋଗରେ ପ୍ରତିବର୍ଷ ଏହିପରି ପୂଜା ଓ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି ଏବଂ ପ୍ରତ୍ୟେକ ବର୍ଷ କେହି ନା କେହି ଜଣେ ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଥମ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଥାଏ । ଯାହା ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରି ଦେଇଥାଏ । ସମାଜସେବୀ ଶ୍ରୀ ସାହୁ ଏବଂ ଖଇରା ଆଇଆଇସି ଗୟାଧର ବେହେରାଙ୍କ ସହିତ କୁପାରି ସରପଞ୍ଚ ଜ୍ଯୋତ୍ସ୍ନାରାଣୀ ଦାସ, ଜିଲ୍ଲାପରିଷଦ ସଦସ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ଅକ୍ଷୟ କୁମାର ଧିନ୍ଦା, ଡ୍ରାଇଭର ସଂଘର ସଭାପତି ବସନ୍ତ କୁମାର ଜେନା, ସମ୍ପାଦକ ରମେଶ ଚନ୍ଦ୍ର ସାମଲ, କର୍ମକର୍ତ୍ତା ଏବଂ ସମସ୍ତ ଡ୍ରାଇଭର ଭାଇମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ସମସ୍ତେ ଖୁସି ମନରେ ଖାଦ୍ୟ ଖାଇ ନିଜ ନିଜ ଘରକୁ ଫେରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

masiha

ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

masiha

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱ ଜନଗଣନା କାର୍ଯ୍ଯକ୍ରମ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!