ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

ନବରଙ୍ଗପୁର-(ମସିହା)କୌଶଳ ବିକାଶ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ୩୮ ବର୍ଷ ହେବ ନିରନ୍ତର କାର୍ଯ କରିଆସୁଥିବା ସଂସ୍ଥା ଆଇସେକ୍ଟ୍ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଶିକ୍ଷ୍ୟା ନୀତି ପ୍ରତି ଆଗ୍ରହ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଚୟନ ଉଦ୍ଦେଶ୍ୟରେ ଦେଶବ୍ୟାପୀ କୌଶଳ ବିକାଶ ଯାତ୍ରା ଆଜି ତୃତୀୟ ଦିନରେ ନବରଙ୍ଗପୁର ସହରରେ ପହଞ୍ଚିଛି । କୌଶଳ ବିକାଶ ଯାତ୍ରା ଆଜି ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଓ ମଡେଲ ଡ଼ିଗ୍ରୀ କଲେଜ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାର୍ଥି ମାନଙ୍କୁ କୌଶଳ ବିକାଶର ମହତ୍ତ୍ଵ ଉପରେ ଆଲୋକପାତ କରିବା ସହିତ କମ୍ପାନୀର ଅନ୍ୟ ସେବା ବିଷୟରେ ବିବରଣୀ ପ୍ରଦାନ କରିଥିଲେ। ଆଇସେକ୍ଟ୍ ଓଡ଼ିଶାର ରାଜ୍ୟ ସଂଯୋଜକ,କ୍ଷେତ୍ରୀୟ ସଂଯୋଜକ,ପ୍ରୋଜେକ୍ଟ ମ୍ୟାନେଜର ଏବଂ ଜିଲ୍ଲା ସଂଯୋଜକ ବିଗତ ବର୍ଷ ମାନଙ୍କରେ କୌଶଳ ବିକାଶ ଯାତ୍ରାର ମହତ୍ତ୍ଵ ବୁଝାଇବାକୁ ଅଦ୍ଭୁତ ପୂର୍ବ ପ୍ରୟାସ ଜାରି ରଖିଛନ୍ତି। ଏହି ଅବସରରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ମାଲେଶ୍ୱରି ସାହୁ, ଯୁବ ରେଡକ୍ରସ କାଉନସିଲର ଡ.ସଂଯୁକ୍ତା ପଣ୍ଡା ,ଏନ.ଏସ.ଏସ.ଜିଲ୍ଲା ଅଧକାରୀ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ,ଅଧାପିକା ଶ୍ରୀମତୀ ସୁନିତା ପାତ୍ର ଓ ମଡେଲ ଡ଼ିଗ୍ରୀ କଲେଜରେ ଅଧକ୍ଷ ରଞ୍ଜନ କୁମାର୍ ବେହେରା,ସହକାରୀ ପ୍ରଫେସର ସହ ଏନ.ଏସ.ଏସ.ପ୍ରୋଗ୍ରାମ ଅଫିସର ରାଜିବ ଜାଲ,ରଞ୍ଜିତ କୁମାର ସାହୁ, ସେଶଦତ୍ତ ସୁତାର, ଅରୁଣ କୁମାର ସାହୁ ଏବଂ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରଦୀପ ପଟ୍ଟନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସେବା ବିଷୟରେ ଆଲୋକପାତ କରିବା ସହ ଉଛାହିତ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାର କରି ବାଜିମାତ କଲେ ପ୍ରୀତିକା ମିଶ୍ର

15th Bharat Muni Saman Samaroh has started in Odisha.

masiha

ସାଧାରଣ ନିର୍ବାଚନ ପ୍ରସ୍ତୁତି, ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଂକୁ ତାଲିମ ଉଦଯାପିତ

masiha

Leave a Comment

error: Content is protected !!