ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଳି, ରଣାଓ କୁଡୁମି ସମ୍ପ୍ରଦାୟ କୁ ବିରୋଧ କଲେ ଆଦିବାସୀ ସମାଜ 

ମାଳି, ରଣାଓ କୁଡୁମି ସମ୍ପ୍ରଦାୟ କୁ ବିରୋଧ କଲେ ଆଦିବାସୀ ସମାଜ 

ଚନ୍ଦାହାଣ୍ଡି -(ଦିଲୀପ ଦାସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଇଦପଡା ବଜାର ପଡ଼ିଆ ଠାରେ ପାଟଖଲିଆ ଗ୍ରାମ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ଆଦିବାସୀ ସଂଘ ଗଠନ ଓ କର୍ମକର୍ତ୍ତା ଚୟନ କରାଯାଇଥିଲା । ପ୍ରଥମେ ଗ୍ରାମ୍ୟ ମାଟି ମାଁ ନିକଟରେ ପରମ୍ପରା ରୀତିନୀତି ରେ ଗାଁ ପୂଜାରୀ ହରିସିଂ ପୂଜାରୀ ଓ ମଣିରାମ ପୂଜାରୀ ପୂଜାର୍ଚ୍ଚନା କରିବା ପରେ ବୈଠକ ଆରମ୍ଭ କରାଯାଇଥିଲା । ଉପସ୍ଥିତ ସମସ୍ତେ କୁରେ ପତ୍ରରେ ନୂଆଁଖାଇ ପରସ୍ପର କୁ ଜୁହାର ଭେଟ ହେଇଥିଲେ ଓ ସର୍ବ ସହମତି କ୍ରମେ ପଞ୍ଚାୟତ ସଭାପତି ରୂପେ ଡମ୍ବରୁ ଧର ମାଝୀ,ଉପସଭାପତି ରୂପେ ଗଗନେ ମାଝୀ,ସମ୍ପାଦକ ରୂପେ ଦୁର୍ଯ୍ୟୋଧନ ନାୟକ,ସହ ସମ୍ପାଦକ ରୂପେ ଆନ୍ଦ୍ରୁ ସାନ୍ତା ଓ କୋଷାଧ୍ୟକ୍ଷ ରୂପେ ଆମର ସିଂ ପୋଟା ଙ୍କୁ ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ରୂପେ ଚୟନ କରାଯାଇଥିଲା । ଉକ୍ତ ବୈଠକରେ ଆଗାମୀ ଦିନରେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ମାଳି,ରଣା ଓ କୁଡ଼ମି ଙ୍କୁ ଆଦିବାସୀ ମାନ୍ୟତା ର ପ୍ରତିବାଦରେ ବ୍ଲକ ଓ ଜିଲ୍ଲାସ୍ତରରେ ଦାବିପତ୍ର ପ୍ରଦାନ ସମ୍ବନ୍ଧରେ ସମସ୍ତେ ମତ ଦେଇଥିଲେ ଓ ସମାଜରେ ନାରୀ ଶିକ୍ଷା, ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ହର ପୂଜାରୀ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଡମ୍ବରୁ ଧର ମାଝୀ ଧନ୍ୟବାଦ ଅର୍ପଣ ସହ ସଭା କୁ ସାଙ୍ଗ କରିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି 

masiha

ଫଣ୍ଡାମେଣ୍ଟାଲସ୍‍ ଅଫ ଏଣ୍ଟରପ୍ରିନର୍‍ସିପ୍‍ ଆଣ୍ଡ୍‍ ଇ-କମର୍ସ ପୁସ୍ତକ ଉନ୍ମୋଚିତ

masiha

ଓଡ଼ିଶାର ଜଣାଶୁଣା ପ୍ରଖ୍ୟାତ ଝୁମର ବିଶାରଦ ସଜନ ବଳ ଆର ପାରିରେ

masiha

Leave a Comment

error: Content is protected !!