ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୃଥକ ଦୁର୍ଘଟଣାରେ ୩ ଆହତ 

ପୃଥକ ଦୁର୍ଘଟଣାରେ ୩ ଆହତ 

ଡାବୁଗାଁ, ୨୩/୯ (ମ.ନି.ସ.)- ଶନିବାର ସନ୍ଧ୍ୟା ୭ ଘ. ସମୟରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଝାଲିଆଗୁଡା ଛକ ନିକଟରେ ଦୁର୍ଘଟଣା ଘଟି ୧ ଆହତ | ସୂଚନାଯୋଗ୍ୟ:- ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତାରେ ଝାଲିଆଗୁଡା ଛକ ନିକଟ ବୁଲାଣି ପାଖରେ ଏକ ଟ୍ରକ ନଂ ଓଡି ୩୫ ଜି ୧୨୮୯ ରାସ୍ତା କଡରେ ରହିଥିବା ବେଳେ ପଛପଟୁ ଆସୁଥିବା ଏକ ମୋଟରସାଇକେଲ ନଂ ଓଡି ୨୪ ବି ୫୫୩୦ ଟି ଧକ୍କା ହୋଇଥିଲା | ଉକ୍ତ ମୋଟର ସାଇକେଲ ଯୋଗେ ନବରଙ୍ଗପୁର ରୁ ଫେରୁଥିବା ଉମରକୋଟ ଡଙ୍ଗରିସାହିର ବନମାଳୀ ହରିଜନ (୫୨) ଆହତ ହୋଇଛନ୍ତି | ଖବର ପାଇ ଡାବୁଗାଁ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଡାବୁଗାଁ ଥାନା ଏଏସଆଇ ସିମାଞ୍ଚଳ ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି | ସେହିପରି ନବରଙ୍ଗପୁର ରୁ ରାଇଘର ଅଭିମୁଖେ ମାମୁଁ ଭଣଜା ଏକ ମୋଟର ସାଇକେଲ ନଂ ଓଡି ୨୪ ଡି ୮୦୪୪ ଯୋଗେ ଆସୁଥିଲେ | ବାରିଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଆହତ ହୋଇଥିଲେ | ଆହତ ଅବସ୍ଥାରେ ସେହି ମୋଟର ସାଇକେଲ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଚିକିତ୍ସିତ ହୋଇଛନ୍ତି | ସେମାନେ ହେଲେ ରାଇଘର ଥାନା ଅଞ୍ଚଳର ସୋନୁ ଜାନୀ (୪୫) ଓ ଧୋବା ଜାନୀ (୩୮) ବୋଲି ଜଣାପଡିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମେଗା ଓଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ,ଉପକୃତ ହେବେ ୨୫ ଗୋଟି ଗ୍ରାମର ଚାଷୀ

Sunil Chandra Nayak

ସରେଇପାଲି ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!