ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନନ୍ଦିନୀ ରାଉତ ଙ୍କ କବିତା = ବାପାଙ୍କ ଜନ୍ମଦିବସ ଉପଲକ୍ଷେ

ବାପାଙ୍କ ଜନ୍ମଦିବସ ଉପଲକ୍ଷେ

    ନନ୍ଦିନୀ ରାଉତ

ବାପା ତୁମେ ମୋର ଚଳନ୍ତି ଠାକୁର
     ମୋ ପାଇଁ ତୁମେ ମହାନ
ସରଗ ଠାରୁବି ବିଶାଳ ତୁମେ ଯେ
    ତୁମେ ଦେଲ ଦିବ୍ୟଜ୍ଞାନ।1।
ଭାଦ୍ରବ ନବମୀ ତିଥିରେ ଜନମି
    କଷ୍ଟି ମାଟିକଲ ଧନ୍ୟ
ପିତା ଜଗବନ୍ଧୁ ମାତା ଦୁର୍ଗା ତୁମ୍ଭ
    କରିଥିଲେ କେତେ ପୁଣ୍ୟ।2।
ଅପହଞ୍ଚ ଗାଁ ଅନ୍ଧାରୀ ମୂଳକ
    କଲ ତୁମେ ଆଲୋକିତ
ତୁମ କୋଳେ ଜନ୍ମି ଧନ୍ୟ ହେଲିମୁହିଁ
    ପ୍ରାଣ ମୋର ପୁଲକିତ।3।
କେତେ ଝଡ଼ଝଞ୍ଜା ଆସିଛି ଜୀବନେ
    ମସ୍ତକ କରିନ ନତ
କ୍ଷତ୍ରିୟ ପ୍ରବର ତୁମ ନିକଟରେ
   ବିପଦ ଯେ ପରାହତ।4।
ହିମାଳୟ ସମ ରହିଛ ଅଟଳ
   ପ୍ରତିଜ୍ଞାକୁ କରି ବଜ୍ର
କୋଟି ଜନତାର ମଉଡ଼ ମଣିହେ
   ଶତ୍ରୁ ତୁମ ପାଏ ଲାଜ।5।
ପରସି ଦେଇଛ ସ୍ନେହ ପ୍ରେମବାରି
    ସଭିଙ୍କ ଆଞ୍ଜୁଳା ଭରି
କେହି ନୁହେଁ ପର ସର୍ବେ ଆପଣାର
   ଶିକ୍ଷା ଦେଲ ଏହିପରି।6।
ଭୋକିଲା ମୁଁହରେ ଆହାର ଦେଇଛ
     ଅନାଥ କୁ ହୋଇ ସାହା
ନିରାଶ୍ରୟ ପାଇଁ ସାଜିଛ ଆଶ୍ରୟ
   ଦେଇ ତୁମ୍ଭ ବାହୁଛାୟା।7।
ଜଗତର ନାଥ ପାଦେ ମୋ ଗୁହାରି
    କୋଟିଏ ଦିଅନ୍ତୁ ଆୟୁ
ଚଲାପଥ ତୁମ କୁସୁମିତ ହେଉ
    ସର୍ଵ ରିଷ୍ଟ କଟି ଯାଉ।8।
ମଙ୍ଗଳା ମାଆ ମୋ କାନିପଣତରେ
      ଘୋଡାଇ ରଖିଣ ଥାନ୍ତୁ
ସର୍ଵ ଦେବାଦେବୀ କରନ୍ତୁ ଆଶିଷ
    ସର୍ଵ କୁଶଳେ ରଖନ୍ତୁ।9।
ସୁନାମ କରିଣ ଯଶ ଅରଜିଛ
     ସାର୍ଥକ କରିଛ ପ୍ରାଣ
ତୁମ ପାଦତଳେ ଆଶ୍ରୟ ମୋରହେ
    ତୁମେ ମୋ ଜୀବଜୀବନ।10।

      ଅନୁଗୋଳ 

Related posts

ଅଜୟ କୁମାର ନାୟକ ଙ୍କ କବିତା= ଫେରି ଆସିଥିବା ଫଗୁଣର ବାର୍ତ୍ତା

Sunil Chandra Nayak

ଜଗଦୀଶ ଶତପଥି ଙ୍କ କବିତା // ଭିଜା ମାଟି ର ବାସ୍ନା

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ

Sunil Chandra Nayak

Leave a Comment

error: Content is protected !!