ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବାସଂସ୍ଥାର ପ୍ରତିଷ୍ଠା ଦିବସ ପାଳିତ

ଜାତୀୟ ସେବାସଂସ୍ଥାର ପ୍ରତିଷ୍ଠା ଦିବସ ପାଳିତ

ବାଲେଶ୍ଵର,୨୪/୯/୨୩ – ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବାସଂସ୍ଥା(ଏନ ଏସ ଏସ)ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଚରଣ ସାହୁ । ଜାତୀୟ ସେବାସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ବାରିକା ନାଥ ଶତପଥୀ ସ୍ବେଚ୍ଛାସେବୀ ମାନଙ୍କୁ ଜାତୀୟ ସେବାସଂସ୍ଥାର ମହତ୍ତ୍ଵ ବିଷୟରେ ଆଲୋଚନା ମାଧ୍ୟମରେ ନିଜର ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗ ଦେବା ସଙ୍ଗେ ସଙ୍ଗେ ସେବା ମାଧ୍ୟମରେ ଜୀବନକୁ ସାର୍ଥକ କରିବା ପାଇଁ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଶେଷରେ କ୍ଷୀରୋଦ କୁମାର ବିଶ୍ବାଳଙ୍କ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Sunil Chandra Nayak

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

Sunil Chandra Nayak

ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପ୍ରଶଂସାପତ୍ର ପ୍ରଦାନ

masiha

Leave a Comment

error: Content is protected !!