ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ସାହିତ୍ୟ ନୁହଁଇ ଶସ୍ତା

ସାହିତ୍ୟ ନୁହଁଇ ଶସ୍ତା

 

ସାହିତ୍ୟ ଅଟଇ ଶ୍ରେଷ୍ଠ ମୂଲ୍ୟବାନ

ଯୁଗେ ଯୁଗେ ସେ ପୂଜିତା

ସାହିତ୍ୟ ନୁହଁଇ କେବେ ଶସ୍ତାଧନ

ଜଗତ ପାଇଁ ସେ ଜିତା।।

ଝରୁଥାଇ ଜ୍ଞାନ ସମାଜ ଦର୍ପଣ

କରଇ ଅଜ୍ଞାନ ଦୂର

ସାହିତ୍ୟ ର ଜ୍ଞାନ ଜୀବନ ଦର୍ଶନ

ନାଶେ ଅଜ୍ଞାନ ଅନ୍ଧାର।।

ମଶାଲ ରୂପରେ ଜ୍ୟୋତି ସ୍ବରୂପ ରେ

ସମାଜ ଆଲୋକ ମୟ

ବ୍ରହ୍ମ ସ୍ବରୂପ ସେ ଦ୍ବିଜତ୍ବ କରାଏ

ଜଗତ ଜନଙ୍କ ପ୍ରୀୟ।।

ନ ଭାବ ସାହିତ୍ୟ ଶସ୍ତା ବୋଲିକେବେ

ସେତ ଅମୂଲ୍ୟ ସମ୍ପଦ

ଅଜ୍ଞାନ ବିନାଶି ଜ୍ଞାନାଲୋକ ଦେଇ

ଦେଶ ବିଦେଶେ ପୂଜିତ।।

କବି ସାହିତ୍ୟିକ ପ୍ରବନ୍ଧ ଗାଳ୍ପିକ

ଛନ୍ଦ କବିତା ମାଧ୍ୟମେ

ସୁଚିନ୍ତିତ ଲେଖା ସଂସ୍କାର ସଂସ୍କୃତି

ତିଷ୍ଟିରୁହେ ଏହି ଧାମେ।।

ସାହିତ୍ୟ ଦର୍ପଣ କ୍ରାନ୍ତି ଆଣିଦିଏ

ହସାଇ କନ୍ଦାଇ ପାରେ 

ଜୀବନ ଜୀଇଁ ବା କଳା ଶିକ୍ଷା ଦିଏ

ଓଜସ୍ ତେଜସ୍ କରେ।।

ଏମିତି ସେମିତି ଲେଖିକି ସାହିତ୍ୟ

ନମଣ ତାହାକୁ ଶସ୍ତା

କରି ମତି ସ୍ଥିର ରଚ ହେ ସାହିତ୍ୟ

କର ରଚନା କବିତା।।

  ଶକ୍ତିଦା ବିଷୋୟୀ
    ସୋରଡ଼ା ,ଗଞ୍ଜାମ

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା 

Sunil Chandra Nayak

ମମତା ସାହୁ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ ଗଳ୍ପ ଉପସ୍ଥିତ ବୁଦ୍ଧି 

Sunil Chandra Nayak

Leave a Comment

error: Content is protected !!