ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

ଝୁଲନ୍ତା ଶବ କାହାର ଚିହ୍ନଟ ହେଲା : ପରିବାରକୁ ହସ୍ତାନ୍ତର କଲା ଖାତିଗୁଡା ପୋଲିସ 

ତେନ୍ତୁଳିଖୁଣ୍ଟି , ୨୪।୯/୨୩ : ଗତକାଲି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଲାଉଗୁଡା ରାସ୍ତା ପାର୍ଶ୍ୱରେ ସରକାରଙ୍କ ତରଫରୁ ଯୋଗେଇ ଦିଆଯାଇଥିବା ଯେ ଏମ ସି ପାଣିପାଇପ ଲାଇନ ଏୟାର ଭଲ ୱାଲ ଠାରେ ଅଜଣା ଝୁଲନ୍ତା ଶବକୁ ଖାତିଗୁଡା ପୋଲିସ ଜବତ କରିଥିଲା l ଯାହାକି ଅଞ୍ଚଳର ଲୋକେ ଭୟଭୀତ ହେବା ସହ ଚର୍ଚ୍ଚା ପାଲଟିଥିଲା l ଝୁଲନ୍ତା ଶବର ଫୋଟକୁ ଚିହ୍ନଟ ପାଇଁ ଫେସବୂକ ଏବଂ ୱାଟସଅପ ମାଧ୍ୟମରେ ଭାଇରାଲ କରାଯାଇଥିଲା l ଏହାକୁ ଦେଖି ମୃତ୍ୟୁ ବ୍ୟକ୍ତିର ପରିବାର ଲୋକେ ଖାତିଗୁଡା ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ l ରବିବାର ଦିନ ୧୧ ଟାରେ ସାଇଣ୍ଟିଫିକ ଟିମ ଆସି ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କଲା ପରେ ପଞ୍ଚନାମା କରାଯାଇ ଶବ ଚିହ୍ନଟ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଶବବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ମୃତ ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅଧିନସ୍ତ ସନ୍ତୋଷପୁର ଗ୍ରାମର ରଇଲୁ ମାଝିଙ୍କ ପୁଅ ତ୍ରିଲୋଚନ ମାଝୀ (୩୦) ବୋଲି ଜଣାପଡିଛି l ଏହାକୁ ନେଇ ଖାତିଗୁଡା ଥାନାରେ ୭/୨୩ କେଶ ମାମଲା ୠଜୁକରି ଅଧିକ ତଦନ୍ତ କରୁଥିବା ଖାତିଗୁଡା ଥାନା ଅଧିକାରୀ ସୂଚନା ଦେଇଥିଲେ l

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

GUNUPUR POLICE CRACK DOWN ON GANJA TRAFFICKING, SEIZE 850 KGS OF CONTRABAND

masiha

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

masiha

Leave a Comment

error: Content is protected !!