ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୪/୯ // ନୂଆଁଖାଇ ସରିଛି ତା ସହିତ ଆରମ୍ଭ ହୋଇଛି ଜୁହାର ଭେଟ କାର୍ଯ୍ୟକ୍ରମ। ରବିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଧାନ ମଣ୍ଡି ଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶା ଓ ଚିନ୍ତାମଣି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଜୁହାର ଭେଟଘାଟ କାର୍ଯ୍ୟକ୍ରମ କଳାକାର ସଙ୍ଘର ସଭାପତି ଲଛମନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଙ୍ଘ ପକ୍ଷରୁ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ସମୁହ ନୂଆଁଖାଇ ଭକ୍ଷଣ କରିବା ପରେ ଜୁହାର ଭେଟ ହୋଇଥିଲେ। ଏହି ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଭାରତ ବିକାଶ ପରିଷଦ ଉତକେଲା ହରିଶଙ୍କର ପୁଟେଲ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ କଳାକାର ସଙ୍ଘ ସଭାପତି ମହେଶ୍ବର ସରାଫ, ପବିତ୍ର ପଟେଲ, ଛିଲିପା ଧର୍ମଗଡ଼ ବ୍ଲକ, ଜୟହରି ପଟେଲ, ରଘୁମଣି ପଟେଲ, ଜନ୍ମେଜୟ ଯାଦବ, ମଙ୍ଗଲୁ ଚରଣ ଭାଟି, ନିତ୍ୟାନନ୍ଦ ନାୟକ, ଖଗେଶ୍ବର ରାଉତ, ପିରାଜ ରାଉତ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କଳାକାର ଭତ୍ତା ସହ ଅନ୍ୟ ଯୋଜନା ଉପରେ ଆଲୋଚନା କରିଥିଲେ। ପରେ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ଆୟୋଜନ ଅନୁଷ୍ଠାନର ମୁଖ୍ୟ ପୁରୋଧା ନାଟ୍ୟ ଗୁରୁ ଚିନ୍ତାମଣି ପଟେଲ, ସମ୍ପାଦକ ଅର୍ଜୁନ ନାଏକ, କାର୍ଯ୍ୟକ୍ରମ ସଂଯୋଜକ ଧନୁ ଦୁର୍ଗା ଉପସ୍ଥିତ ରହିଥିବା ବରିଷ୍ଠ କଳାକାର ଯୋଗେନ୍ଦ୍ର ପଟେଲ, ନାଟ୍ୟକାର କ୍ଷୀରୋଦ ମାଝି, ବରିଷ୍ଠ କଳାକାର ଉପେନ୍ଦ୍ର ତେଣ୍ଡକାରୀ, ଦୟାନିଧି ନାଏକ, ଧର୍ମରାଜ ହଂସ, ବିଜୟ ପ୍ରଧାନୀ, ପବିତ୍ର ପଟେଲ ଓ ହୀରାଲାଲ ସରାଫ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ନାଟ୍ୟ, ଲୋକକଳା, ଘୁମୁରାରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଉପସ୍ଥିତ କଳାକାରଙ୍କୁ ଅତିଥୀ ମାନେ ମାନପତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସହ ଅତିଥି ପରିଚୟ ଶରତ ଚନ୍ଦ୍ର ନାଏକ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

Sunil Chandra Nayak

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସି 

masiha

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!