ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

ତେନ୍ତୁଳିଖୁଣ୍ଟି ୨୫/୦୯/୨୩.ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସରକାରୀ ନୋଡାଲ ବାପୁଜୀ ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ସରକାର ଙ୍କ ନିର୍ଦେଶ ପ୍ରକାରେ ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିଥିଲା। ପ୍ରଥମ ଦିନ 12ବର୍ଷ ରୁ କମ ଓ ଦ୍ୱିତୀୟ ଦିନ 17ବର୍ଷରୁ କମ ପୁଅ ଝିଅ ଭାଗ ନେବେ ଯେଉଁ ମାନେ କୃତିତ୍ୱ ଅର୍ଜନ କରିବେ ସେହିମାନେ ଜିଲ୍ଲା ସ୍ତରରେ ଭାଗ ନେଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବେ। ଶିକ୍ଷକ ଉମରସିଂ ନାୟକ ଅଧ୍ୟକ୍ଷତାରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଛି। ଉଦଯାପାନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ଗୋଷ୍ଟୀଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ପାଣିଗ୍ରାହୀ, ଓ ସମ୍ମାନୀୟ ଅତିଥି ଭାବେ ବ୍ଲକ ଶିକ୍ଷା ଧିକାରୀ ସୌମେନ୍ଦ୍ର ଭୌମିକ, ଅତିରିକ୍ତ ଗୋଷ୍ଟି ଶିକ୍ଷାଧିକାରୀ ମୋହନ ମଧୁସୂଦନ ବାଘ,ସାମ୍ବାଦିକ ଗୋପାଳ କୃଷ୍ଣ ନାୟକ ଓ ବାରିଜ ପଟ୍ଟନାୟକ ରହିଥିବା ବେଳେ ଖେଳ ପରିଚାଳନା ଶାରୀରିକ ଶିକ୍ଷକ ରବୀନ୍ଦ୍ର ମୁଦୁଲି, ମନୋଜ ପୂଜାରୀ, ବିଶ୍ୱଜିତ ବାନି କ, ଉମେଶ ମଲ୍ଲିକ, ହିମାଂଶୁ ଶେଖର ଦାସ, ସୁନିତା ଖେଶ, ଅନିଲ ଦାସ, ମିନା ମହାନ୍ତି, ବି ରୋଜା କୁମାରୀ, ଉଷାରାଣି ମହାନ୍ତି,ଙ୍କ ସହ ସମସ୍ତ ଶାରୀରିକ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଏହା ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ଆଜି ଦ୍ୱିତୀୟ ଦିନ ସିନିଅର ପିଲାମାନେ ଦୌଡି, କୁଦ, ଫିଙ୍ଗିବା, ଫୁଟବଲ, ଖୋକ ପ୍ରବୃତ୍ତି ଖେଳ ଅନୁଷ୍ଠିତ ସହ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ ଅତିଥି ମାନଙ୍କ ଦ୍ୱାରା ବିତରଣ କରାଯାଇଛି l 

   ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

masiha

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଡାବୁଗାଁରେ ଲୋକକଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!