ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରୀଡାମହୋତ୍ସବ-୨୦୨୩ ମଙ୍ଗଳବାରରେ ଉଦଯାପିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ରାଜ୍ୟ ସଭା ସାଂସଦ ପ୍ରତିନିଧି ରାମା ରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଳକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ପୁରସ୍କାର ବିତରଣ କରାଇ ଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ କୁମାର ରାୟଙ୍କ ଆବାହକରେ ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳଙ୍କ ସଭାପତିତ୍ଵରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସନ୍ତୋଷ ସାହୁ ଓ ଦେବରାଜ ଗୋପାଳ ପ୍ରମୁଖ ମଞ୍ଚାସୀନ ଥିଲେ | ଏହି କ୍ରୀଡାରେ ୧୨ ପ୍ରକାର ର ଖେଳ(ଜୁନିଅର, ସିନିଅର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ)ଯଥା:- ୧୦୦ ମି., ୨୦୦ ମି., ୪୦୦ ମି., ୬୦୦ ମି., ୧୫୦୦ ମିଟର ଦୌଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଖୋଖୋ, ସଟ ଫୁଟ, ଡ଼ିସକସ, କବାଡି ଓ ଫୁଟବଲ ଆଦି ଖେଳ କରାଯାଇ ତନ୍ମଧ୍ୟରୁ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ ଖେଳ ଶିକ୍ଷକ ହେମନ୍ତ ସାମଲ ଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଉମାକାନ୍ତ ବିଶ୍ଵାଳ, ରଞ୍ଜନ କୁମାର ପରିଡା, ବାସୁଦେବ ରଥ, ତ୍ରିନାଥ ବାରିକ, ସୁକାନ୍ତି ସାହୁ, ପୁରୋହିତ ବାଗ, ଅରୁଣ ହିଆଲ, ଭାଗବତ ମୁର୍ମୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ସୁରେଶ ଚନ୍ଦ୍ର ବେହେରା, ବିଶ୍ଵେଶ ତ୍ରିପାଠୀ, ବଲ୍ଲଭ ନାରାୟଣ ପଣ୍ଡା, ସୌଭାଗ୍ୟ ବିଶ୍ଵାଳ, ବନଲତା ମହାନ୍ତି, ଗିରିଶବାଳା ଜେନା, ଅନିତା ବେହେରା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ,ହେମନ୍ତ ବେହେରା, ହେମନ୍ତ କୁମାର ପଣ୍ଡା, ଗୀତାଞ୍ଜଳି ବସ୍ତିଆ, ପିଙ୍କି ଗୁପ୍ତା ଓ ଅନ୍ୟ ମାନେ ସହଯୋଗ କରିଥିଲେ | ପୁରସ୍କାରରେ ମାନପତ୍ର ସହ କପ୍, ଟ୍ରଫି, ମେଡାଲ ପଦକ ପ୍ରଦାନ କରାଯାଇଥିଲା l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ଜିଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ଭାଗ ନେଇ କ୍ରୀଡା ପ୍ରଦର୍ଶନ କରିବେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଛତିଶ ଗଡ଼ ଠାରେ ଶକ୍ତି ଉତ୍ତଳନ ପ୍ରତିଯୋଗିତା ରେ ରାୟଗଡ଼ା କୁ ୯ ପଦକ 

masiha

ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ଅନୁଷ୍ଠିତ ହେବ ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ

masiha

ରାଜ୍ୟସ୍ତରୀୟ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପନୀ

masiha

Leave a Comment

error: Content is protected !!