ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ସ୍ଥାନୀୟ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।ମାତୃଭାଷାର ଉନ୍ନତି ତଥା ଶିଶୁମାନଙ୍କ ମୌଳିକ ଭାଷାର ଜ୍ଞାନ ବୃଦ୍ଧି ନିମନ୍ତେ ଛବିଳ ମଧୁ ବର୍ଣ୍ଣବୋଧର ଆବଶ୍ୟକତା ଉପଲବ୍ଧି କରି କଟକ ଜିଲ୍ଲାର ଟାଙ୍ଗୀ ଚୌଦ୍ବାର ଅନ୍ତର୍ଗତ ହଳଦୀ ବସନ୍ତ ଉପ୍ରା ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ବେହେରା ଏହି ବର୍ଣ୍ଣବୋଧ ବହି ବଣ୍ଟନକୁ ଓଡ଼ିଶାର ତିରିଶଟି ଜିଲ୍ଲାରେ ଜାରି ରଖିଛନ୍ତି। ଏହି ମଧ୍ୟରେ ସେ ତେଇଶ ହଜାରରୁ ଉର୍ଦ୍ଧ୍ଵ ଛବିଳ ମଧୁ ବର୍ଣ୍ଣବୋଧ ବହି ବାଣ୍ଟି ସାରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଶ୍ୱଜିତ ରାୟ ସି ଆର ସି ସି ଗଣନାଥପୁର, ତୁଳସୀ ରାମ ସାହୁ ସି ଆର ସି ସି ମେଦିନୀପୁର , ବିଜୟ କୁମାର ବାଗ ପ୍ରଧାନ ଶିକ୍ଷକ ଗୋଟଭଟ୍ଟା ଉଚ୍ଚ ବିଦ୍ୟାଳୟ , ରବିନ୍ଦ୍ର ନାଥ ଦାଶ ପ୍ରଧାନ ଶିକ୍ଷକ ଲକ୍ଷ୍ମୀପୁର ଉପ୍ରା ବିଦ୍ୟାଳୟ, ସୂର୍ୟ ନାରାୟଣ ଦାଶ ପ୍ରଧାନ ଶିକ୍ଷକ ସୁଜନପୁର ପ୍ରାଥମିକ ବିଦ୍ୟାଳୟ, ସୁନିତି ମୁଣ୍ଡ ବଳରାମପୁର ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର 56 ଜଣ ପିଲାମାନଙ୍କୁ ବର୍ଣ୍ଣବୋଧ ବହି ବଣ୍ଟା ଯାଇଥିଲା । 

ମସିହା ନିୟୂଜ୍ ସର୍ଭିସ୍ 

Related posts

ମୁଖ୍ୟମନ୍ତ୍ରୀଙ୍କ ଭାର୍ଚୁଆଲ ମୋଡରେ ରାଇରଙ୍ଗପୁର ଉପ ଜିଲ୍ଲା ଚିକିତ୍ସାଳୟ ଡ଼ାଇଲିସିସି ସେଣ୍ଟର ଲୋକାର୍ପିତ 

masiha

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

ମାଲବାହୀ ଟ୍ରେନ ପାଇଁ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ କାହିଁକି ଅଟକା ଯାଉଛି ? : ବିଧାୟକ

Sunil Chandra Nayak

Leave a Comment

error: Content is protected !!