ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତାଲା , ପାଠ ପଢା ବାଧାପ୍ରାପ୍ତ 

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ତାଲା , ପାଠ ପଢା ବାଧାପ୍ରାପ୍ତ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ତାଲା ପଡିଛି । ନିଖିଳ ଓଡ଼ିଶା ସଂଘର ସମସ୍ତ ବେସରକାରୀ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ଦୁଇ ଦିନ ୨୫ ଓ ୨୬ ତାରିଖ ଦିନ ସମ୍ପୂର୍ଣ ପାଠ ପଢା ବନ୍ଦ ରହିଛି । ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ସୂଚନା ପ୍ରକାରେ ସମସ୍ତ ପାଠ ପଢା ବନ୍ଦ ହେବା ସହିତ ସରକାର ଙ୍କୁ ବିଭିନ୍ନ ଦାବି ଉପସ୍ଥାପନ ପ୍ରକାରେ ଆଜି ସମସ୍ତ ବିଧାୟକ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦାବି ପତ୍ର ପ୍ରଦାନ କରାଯିବ ଏଥି ସହିତ ସମ୍ପୂର୍ଣ୍ଣ ଭାବେ ୪ ଦଫା ଦାବି ନେଇ ସଂଘର ସମସ୍ତ ଅଧ୍ୟାପିକା ଅଧ୍ୟାପକ ମାନେ ମହାସମାବେଶ ରେ ଯୋଗ ଦେଇଛନ୍ତି । ଆଜି ମଧ୍ୟ ଭୈରବ ସ୍ନାତକ ମହାବିଦ୍ୟାଳୟ ପରିସର ରେ ଥିବା ମୁଖ୍ୟ ପ୍ରବେଶ ପଥରେ ଛିଡା ହୋଇ ସେମାନେ ଆନ୍ଦୋଳନ କରିଛନ୍ତି । ଏହି ଚାରି ଦଫା ଦାବି ହେଉଛି :- ସମାନ କାମକୁ ସମାନ ଦରମା, ୧୯୮୧ ନିୟମାନୁସାରେ ପେନସନ ଗ୍ରାଚୁଇଟି, ୨୦୦୮ ରୁ ୨୦୧୪ ମଧ୍ୟରେ ବାଦ୍ ପଡ଼ିଥିବା ଅନ୍ୟାନ୍ୟ ପଦବୀକୁ ଆର୍ଥିକ ପ୍ରଦାନ, ଅନ୍ୟାନ୍ୟ ଅବସର କାଳୀନ ସୁବିଧା ସହ ସମସ୍ତ କର୍ମଚାରୀ ଙ୍କୁ ସରକାରୀ ସୁବିଧା ଏଥି ସହିତ କର୍ମଚାରୀଙ୍କୁ ସପ୍ତମ ବେତନ ଆଦି ବିଭିନ୍ନ ଦାବି ଉପସ୍ଥାପନ ନେଇ ମହାବିଦ୍ୟାଳୟ ରେ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି | ଏହି ଆନ୍ଦୋଳନ ରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ସହ ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ, ଚନ୍ଦନା ପଣ୍ଡା ଏଥି ସହିତ କିରାଣି ବି.ସତ୍ୟନାରାୟଣ ଙ୍କ ସହ ପିଅନ ଯୁଗସାଏ ଭତ୍ରା ଓ ବିଜୟ ମାଝୀ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭେଷଜ,ଅବକାରୀ ଓ ପୋଲିସ ଅଧିକାରୀଙ୍କ ବିଭିନ୍ନ ଦୋକାନରେ ଚଢ଼ାଉ

Sunil Chandra Nayak

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!